Hockey

ହକି ଇଣ୍ଡିଆ ପକ୍ଷରୁ ବିଶ୍ବକପ୍ରେ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ : ହକି ବିଶ୍ବକପ୍ ପାଇଁ ହାତରେ ମାତ୍ର ଦୁଇ ସପ୍ତାହ । ଯେଉଥିପାଇଁ ଭାରତୀୟ ହକି ଟିମ୍ ଓଡିଶାରେ ପହଞ୍ଚି ସାରିଛନ୍ତି । ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ହକି ଇଣ୍ଡିଆ ପକ୍ଷରୁ ବିଶ୍ବକପ୍ରେ ପୁରସ୍କାର ଘୋଷଣା କରାଯାଇଛି । ଯଦି ଭାରତ ବିଶ୍ବକପ୍ରେ ବଜିୟ ଲାଭ କଲା ତାହେଲେ ହର୍ମନପ୍ରୀତ୍ ସିଂହଙ୍କ ନେତୃତ୍ବାଧୀନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଏବଂ ସହଯୋଗୀ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ହେଲେ ଏହାପରେ ଜଦି ଭାରତ ଉପବିଜେତା ହୁଏ ତାହାହେଲେ ପ୍ରତ୍ୟେକ ସଦସ୍ୟଙ୍କୁ ୧୫ ଲକ୍ଷ ଓ ସହଯୋଗୀଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। କାଂସ୍ୟ ପଦକ ପାଇଥିଲେ ଏହି ରାଶି ଯଥାକ୍ରମେ ୧୦ ଲକ୍ଷ ଓ ୨ ଲକ୍ଷକୁ ହ୍ରାସ ପାଇବ ବୋଲି ଉକ୍ତ ଘୋଷଣାରେ କୁହାଯାଇଛି ।

 

Related posts

ଏସିଆନ ଗେମ୍ସ ୨୦୨୬ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା

ଓଡିଆ ଖେଳାଳୀଙ୍କୁ ଭେଟିଲେ ୫ଟି ସଚିବ

Odisha Sports Bureau

ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ଦେଲେ ଇସ୍ତଫା, ଖରାପ ପ୍ରଦର୍ଶନ ପରେ ରିଡ୍ ନେଲେ ନିଷ୍ପତ୍ତି

Odisha Sports Bureau