Cricket

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ମ୍ୟାଚ

(ଓଡିଶା ସ୍ପୋର୍ଟସ): ଆଜି ଟିମ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଶୃଙ୍ଖଳା ବା ଶେଷ ମ୍ୟାଚ ଖେଳାଯିବ । ଉଭୟ ଟିମ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ । ତିନି ମ୍ୟାଚର ଟି-୨୦ ଶୃଙ୍ଖଳାର ଶେଷ ମୁକାବିଲା ଭାରତୀୟ ସମୟ ରାତି ୭ଟାରୁ ବେଙ୍ଗାଲୁରୁସ୍ଥିତ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଶୃଙ୍ଖଳାକୁ ୨-୦ରେ ଜିତିବା ପାଇଁ ବିରାଟ ବାହିନୀ ରଣନୀତି କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଏହି ଗୁରୁତ୍ୱପୂର୍ଣ୍ଣ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରିବାକୁ ଚାହିଁବ । ଶୃଙ୍ଖଳାର ପ୍ରଥମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳାରେ ବର୍ଷା ଯୋଗୁଁ ମ୍ୟାଚ ଖେଳାଯାଇ ପାରିନଥିଲା । ସେହିଭଳି ୨ୟ ମୁକାବିଲାରେ ଭାରତ ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିଥିଲା ।

ଭାରତୀୟ ଟିମର ଯୁବ ଖେଳାଳି ଋଷଭ ପନ୍ତଙ୍କୁ ନେଇ ଅଧିନାୟକ ବିରାଟ କୋହଲି ଚିନ୍ତାରେ ଅଛନ୍ତି । ଟି-୨୦ ଇନିଂସରେ ପନ୍ତ ଭଲ ପ୍ରଦର୍ଶନ କରି ନାହାନ୍ତି । ଏଥିରୁ ୭ଟି ଇନିଂସରେ ୨ ଅଙ୍କ ବିଶିଷ୍ଟ ରନ କରିପାରି ନାହାନ୍ତି । ଏହା ପରେ ମଧ୍ୟ ଅଷ୍ଟ୍ରେଲିଆରେ ଆଗାମୀ ଦିନରେ ଆୟୋଜନ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଖେଳିବାକୁ ଆଶା ରଖିଛନ୍ତି । ଟିମ ପରିଚାଳନା ଏହି ଯୁବ ଖେଳାଳିଙ୍କ ଉପରେ ଭରସା ରଖିଛି । ବିଶେଷଜ୍ଞଙ୍କ ଅନୁସାରେ ପନ୍ତଙ୍କୁ ୪ର୍ଥ କ୍ରମରେ ବ୍ୟାଟିଂ ମିଳୁଥିବାରୁ ସେଥିପାଇଁ ସେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ।

ସମ୍ଭାବିତ ଭାରତୀୟ ଟିମ: ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ (ୱିକେଟକିପର), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, ୱାଶିଂଟନ ସୁନ୍ଦର, ଦୀପକ ଚାହର, ନଭଦୀପ ସାଇନି, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ରାହୁଲ ଚାହର, ଖଲିଲ ଅହମଦ
ସମ୍ଭାବିତ ଦକ୍ଷିଣ ଆଫ୍ରିକା ଟିମ: କ୍ୱିଣ୍ଟନ ଡି’କକ (ଅଧିନାୟକ), ରିଜା ହେଣ୍ଡରିକ୍ସ, ରସଇ ଭାନ ଡର ଦୁସେନ, ତେମ୍ବା ବାଭୁମା, ଆଣ୍ଡିଲେ ଫେଲୁକାୱା, ଡ୍ୱେଇନ ପ୍ରିଟୋରିୟସ, କାଗିସୋ ରାବଡା, ବେଉରାନ ହ୍ୟାଣ୍ଡରିଚ, ଜିନିଅର ଡାଲା, ତବରିଜ ଶାମିସ, ଆନରିଚ ନୋରଟି, ଭୋଜମ ଫରଟ୍ୟୁନ, ଜର୍ଜ ଲିଣ୍ଡେ

Related posts

ସାରାଙ୍କୁ ଦେଖି ସୁଭମନ ଜଲଦି ହୋଇଗଲେ ଆଉଟ! ଫ୍ୟନ୍ସ କଲେ ଅଭିଯୋଗ!

Odisha Sports Bureau

ବିସ୍ଫୋରକ ଶତକ ପରେ ରାଗିବା କାରଣ କହିଲେ ଶ୍ରେୟସ ଆୟର

Odisha Sports Bureau

ପାକିସ୍ତାନର ୩ ଖେଳାଳିଙ୍କଠାରୁ ଟିମ୍ ଇଣ୍ଡିଆକୁ ରହିବାକୁ ପଡିବ ସତର୍କ; ମ୍ୟାଚର ଗତି ବଦଳାଇ ପାରିନ୍ତି ଏହି ୩ ଖେଳାଳି ।

Odisha Sports Bureau