Cricket

ଆସେସ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଝଟକା

(ଓଡିଶାସ୍ପୋର୍ଟସ ): ଇଂଲଣ୍ଡ ସହିତ ଜାରି ଆସେସ୍ ସିରିଜ ମଧ୍ୟରେ ଅଷ୍ଟ୍ରେଲିଆକୁ ଲାଗିଛି ଜୋରଦାର ଝଟକା। ଇନଫର୍ମ ବ୍ୟାଟସମ୍ୟାନ ଷ୍ଟିଭ୍ ସ୍ମିଥ ଇଂଲଣ୍ଡ ବିପକ୍ଷ ଆସେସ୍ ସିରିଜର ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଦ୍ଵିତୀୟ ଟେଷ୍ଟର ପଞ୍ଚମ ଦିନରେ ଜୋଫ୍ରା ଆର୍ଚରଙ୍କ ବଲରେ ଆହତ ହୋଇଥିଲେ। ତାଙ୍କ ବେକରେ ଆର୍ଚରଙ୍କ ଦ୍ରୁତ ବାଉନ୍ସର ବାଜିବାରୁ ତାଙ୍କୁ ପଡିଆ ଛାଡ଼ିବାକୁ ପଡ଼ିଥିଲା। ପରେ ରିଟାୟର୍ଡ ହଟ୍ ହେବାକୁ ନିଷ୍ପତି ନେଇଥିଲେ।
ଏହା ପରେ ସେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ପାରିନଥିଲେ। ତାଙ୍କ ସ୍ଥାନରେ ମାର୍ନସ ଲାବୁସେନଙ୍କ ପୁନଃସ୍ଥାପନ ବ୍ୟାଟସମ୍ୟାନ ରୂପେ ସାମିଲ କରାଯାଇଥିଲ। । ଟେଷ୍ଟ ଇତିହାସରେ ଏହା ପ୍ରଥମ ଥର ଘଟିଥିଲା। ଉଲ୍ଲେଖଯୋଗ୍ୟ, ଉଭୟ ଦଳ ମଧ୍ୟରେ ଅଗଷ୍ଟ ୨୨ରେ ଲିଡ୍ସରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ।

Related posts

କ୍ରିକେଟକୁ ଅଲବିଦା କଲେ ମୋର୍ଗାନ

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

Odisha Sports Bureau

ଫିରୋଜ ଶାହା କୋଟଲା ବଦଳରେ ଅରୁଣ ଜେଟଲୀ କିକ୍ରେଟ ଷ୍ଟାଡ଼ିୟମ

Odisha Sports Bureau