(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗର ଫାଇନାଲରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁ ପ୍ରବେଶ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଚୀନର ଚେନ ୟୁଫିଙ୍କୁ ୨୧-୧୯ ଓ ୨୧୦୧୦ରେ ପରାସ୍ତ କରିବାରେ ସେ ସଫଳ ହୋଇଛନ୍ତି । କୌଣସି ବଡ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାରେ ସିନ୍ଧୁଙ୍କ ଏହା ପ୍ରଥମ ସୁଯୋଗ ।
ଫାଇନାଲରେର ସେ ଜାପାନର ଆକାନେ ୟାମାଗୁବୀଙ୍କ ସହ ମୁକାବିଲା କରିବେ । ତେବେ ପୂର୍ବରୁ ସିନ୍ଧୁ ୟାମାଗୁବୀଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ । ୟାମା ଏକ ସେମିଫାଇନାଲରେ ଶୀର୍ଷ ଶ୍ରେଣୀର ଖେଳାଳି ତାଇପେଇର ତାଇ ଜୁ ୟିଙ୍ଗଙ୍କୁ ୩୨ ମିନିଟରେ ୨୧-୯ ଓ ୨୧-୧୫ରେ ପରାସ୍ତ କରିଥିଲେ । ଦୀର୍ଘ ୪୬ ମିନିଟର ରିଓ ଅଲମ୍ପିକ ରୌପ୍ୟ ପଦକ ବିଜୟିନ ସିନ୍ଧୁଙ୍କ ପାଇଁ କିନ୍ତୁ ପ୍ରଥମ ଗେମ ଚ୍ୟାଲେଞ୍ଜକର ଥିଲା । ସେ ୨୬ ମିନିଟରେ ଖେଳକୁ ୨୧-୧୯ରେ ନିଜ ନାମରେ କରିବାରେ ସକ୍ଷମ ହୋଇଥିଲେ ।