Cricket

ଇଡ଼େନ ଗାର୍ଡ଼େନରେ ଦୁଇ ଶକ୍ତିଶାଳୀ ଦଳ

(ଓଡିଶା ସ୍ପୋର୍ଟର୍): ଆଜି ଆଇପିଏଲ ୨୦୧୯ର ୧୨ତମ ସଂସ୍କରଣର ୬ଷ୍ଠ ଦିନ ମ୍ୟାଚରେ କୋଲକାତା ନାଇଟ ରାଇଡ଼ରସ ନିଜ ହୋମଗ୍ରାଉଣ୍ଡରେ ପଞ୍ଜାମ ସହ ମୁକାବିଲା କରିବା ଏହି ମ୍ୟାଚ କୋଲକାତା ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ ଖେଳା ଯିବ । ଉଭୟ ଟିମ ନିଜର ପ୍ରଥମ ମ୍ୟାଚରେ ଖୁବ ଭଲ ପ୍ରଦର୍ଶନ କରିଥିଲେ । କୋଲକାତା ନିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦ ବିପକ୍ଷରେ ଖେଳି ବିଜୟ ହାସଲ କରିଥିଲା । ଅନ୍ୟପକ୍ଷରେ ପଞ୍ଜାବ ରାଜସ୍ଥାନକୁ ହରାଇଥିଲା ।

ପଞ୍ଜାବ ପାଖରେ ବଟଲର,କେରାହୁଲ ଓ ଗେଲଙ୍କ ଭଳି ଶକ୍ତିଶାଳୀଖେଳାଳି ରହିଥିବାବେଳେ କୋଲକାତା ପାଖରେଶୁଭମନ ଗିଲ,ଉତ୍ଥାପା , ଆଣ୍ଡ୍ରେରସଲ ଆଦି ରହିଛନ୍ତି । ଉଭୟଙ୍କର ଭଲ ପ୍ରଦର୍ଶନ ଗତ ମ୍ୟାଚରେ ଦେଖାଯାଇଥିଲା । ତେବେ ଉଭୟ ଟିମରେ ଭଲ ମୁକାବିଲା ହେବ ବୋଲି ଆଶା କରାଯାଉଛି । ବୋଲିଂ ମାମଲାରେ ସୁନୀଲ ନରେନ ପଞ୍ଜାବ ପାଇଁ ଚ୍ୟାଲେଞ୍ଜ ହେବାକୁ ଥିବାବେଳେ ପଞ୍ଜାବର ବେନ ଷ୍ଟୋକ କୋଲକାତାର ପାଇଁ ଚ୍ୟାଲେଞ୍ଜ ହେବୋ ଏହି ମ୍ୟାଚ ଖୁବ ରୋମାଞ୍ଚକର ହେବ । ମ୍ୟାଚ ସଂନ୍ଧ୍ୟା ୮ ଟାରେ ପ୍ରସାରିତ ହେବ ।

Related posts

କେନବେରାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି

Odisha Sports Bureau

ଆଜି ଖେଳାଯିବ ଭାରତ ପାକିସ୍ତାନର ବାକି ରହିଥିବା ମ୍ୟାଚ

Odisha Sports Bureau

ବିଶ୍ୱକପ ଜିତିଲେ ଟିମ୍ ଇଣ୍ଡିଆକୁ ମିଳିବ କେତେ ଟଙ୍କା?

Odisha Sports Bureau