Cricket

ଉନ୍ନୋଚିତ ହେଲା ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଟ୍ରଫି

(ଓଡ଼ିଶା ସ୍ପୋର୍ଟସ ): ଆସନ୍ତା ବର୍ଷ ଫେବୃଆରୀ ୨୧ରୁ ଖେଳାଯିବ ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ । ଏହି ବିଶ୍ବକପ୍‌ର ଚମ୍ପିଆନ୍‌ ଦଳକୁ ପ୍ରଦାନ କରାଯିବାକୁ ଥିବା ଟ୍ରଫିକୁ ଶୁକ୍ରବାର ଭାରତୀୟ ସିନେ ତାରକା କରୀନା କପୁର ଖାନ୍‌ ମେଲବୋର୍ଣ୍ଣରେ ଉନ୍ମୋଚନ କରିଛନ୍ତି। ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କରୀନା ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଉନ୍ମୋଚିତ କରିଥିବା ଆଇସିସି ତରଫରୁ ଟ୍ବିଟ୍‌ କରାଯାଇଛି।
ସୂଚନାଯୋଗ୍ୟ; କିଛିଦିନ ତଳେ ସ୍କଟ୍‌ଲାଣ୍ଡରେ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଆୟୋଜିତ ଯୋଗ୍ୟତା ଅର୍ଜନ ପର୍ୟ୍ୟାୟରେ ବିଜୟୀ ହୋଇଥିବା ବାଂଲାଦେଶ ଦଳ ବିଶ୍ବକପ୍‌ରେ ଗ୍ରୁପ୍‌ ‘ଏ’ରେ ସ୍ଥାନପାଇଛି। ଏହି ଗ୍ରୁପ୍‌ରେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଦଳ ରହିଛନ୍ତି। ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଫେବୃଆରୀ ୨୭ରେ ଅଷ୍ଟ୍ରେଲିଆକୁ ଭେଟିବ। ବିଶ୍ବକପ୍‌ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ଥାଇଲାଣ୍ଡ ଗ୍ରୁପ୍ ବି’ରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ଦଳ ସହ ରହିଛି। ଥାଇଲାଣ୍ଡ ନିଜ ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ପେବୃଆରୀ ୨୨ରେ ଖେଳିବ। ମହିଳା ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫେବୃଆରୀ ୨୧ରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୮ରେ ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ।

Related posts

ବିରାଟଙ୍କ ଦମଦାର ସତକପରେ ପତ୍ନୀଙ୍କୁ ଭିଡିଓ କଲ

ଆଇପିଏଲ୍ ଫାଇନାଲରେ ଧୋନୀଙ୍କ ଷ୍ଟମ୍ପିଂକୁ ନେଇ ଚର୍ଚ୍ଚା

ସିଡନୀରେ ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ

Odisha Sports Bureau