Cricket

ଏପ୍ରିଲ୧୫ରେ ବିଶ୍ୱକପ ଦଳ ଘୋଷଣା

(ଓଡିଶା ସ୍ପୋର୍ଟ): ଆଇସିସି କ୍ରିକେଟ ବିଶ୍ୱ କପ ୨୦୧୯ ମେ ୩୦ରୁ ଆରମ୍ଭ ହେବାକୁ ଯାଉଛି।ଏପ୍ରିଲ୧୫ତାରିଖରେ ଭାରତୀୟ ବିଶ୍ୱକପ ଦଳ ଘୋଷଣା କରାଯିବ ବୋଲି ସୂଚନା ଦେଇଛି ବିସିସିଆଇ।

ବିଶ୍ୱକପ ଖେଳିବା ପାଇଁ ଭାରତୀୟ ଦଳ ପାଖାପାଖି ସ୍ଥିରହୋଇସାରିଛି।କେବଳ ଗୋଟିଏ ଦୁଇଟି ସ୍ଥାନ ପାଇଁ ଖେଳାଳିଙ୍କୁ ପରଖିବାର ଆବଶ୍ୟକତା ରହିଛି।ଭାରତୀୟ ଟିମ ମ୍ୟାନେଜମେଣ୍ଟ ଓ ନିଜେ ଅଧିନାୟକ ବିରାଟ କୋହଲି ଅନେକଥର ଏହି କଥାକୁ ମିଡିଆ ସାମ୍ନାରେ କହି ସାରିଛନ୍ତି।କେବଳ ଚାରିନମ୍ନର ପାଇଁ ବର୍ତ୍ତମାନ ପାଇଁ ଯୋଗ୍ୟ ଖେଳାଳି ମିଳିନାହିଁ, ଯାହା କେବଳ ଏକ ଚିନ୍ତାର ବିଷୟ। ଯଦିଓ ଅଧିନାୟକ ବିରାଟ ଆଇପିଏଲର କୌଣସି ପ୍ରଭାବ ବିଶ୍ୱ କପ ଦଳ ଚୟନରେ ପଡିବ ନାହିଁ ବୋଲି କହିଛନ୍ତି କିନ୍ତୁ ଦଳ ଚୟନ ସମୟରେ ଉପଯୁକ୍ତ ଖେଳାଳିଙ୍କ ଆଇପିଏଲ ପ୍ରଦର୍ଶନ ନିଶ୍ଚିତଭାବେ ନଦରରେ ରହିବ।

ଆଇସିସିର ନିର୍ଦ୍ଦେଶଅନୁଯାୟୀ ପ୍ରତ୍ୟେକ ଦଳ୨୩ ଏପ୍ରିଲପୂର୍ବରୁ ବିଶ୍ୱକପ ପାଇଁ ଚୟନ କରିଥିବା ଦଳକୁ ଆଇସିସିକୁ ପଠାଇବେ।ଦଳ ଗୁଡିକୁ ଯଦି ନିଜର୧୫ଜଣିଆ ଟିମରେ ପରିବର୍ତ୍ତନ କରିବାକୁ ଥିବ ତେବେ ବିଶ୍ୱ କପ ଆରମ୍ଭ ହେବାର ଏକ ସପ୍ତାହ ପୂର୍ବରୁ ଆଇସିସିକୁ ଜଣାଇବାକୁ ପଡିବ।

ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କ ଜାଗାପକ୍କା ଥିବା ବେଳେ ଚତୁର୍ଥ ପେସ୍ ବୋଲର ଦୌଡ଼ରେ ରହିଛନ୍ତି ସିଦ୍ଧାର୍ଥ କୌଲ, ମହମ୍ମଦ ସିରାଜ, ଖଲିଲ ଅହମଦ ଓ ଦୀପକ ଚହର।ସେହିପରି ସ୍ପିନର ଦୌଡ଼ରେ ଅଛନ୍ତି ରବୀନ୍ଦ୍ର ଜାଡେଜା।ଦ୍ୱିତୀୟ ଓ୍ଵିକେଟ୍ କିପର ଜାଗାଟି କାର୍ତ୍ତିକ କିମ୍ବା ପନ୍ତଙ୍କୁ ମିଳିପାରେ। ଏପେଅପେକ୍ଷା ପୂରା ଟିମ୍ ଜାଣିବା ପାଇଁ ଏପ୍ରିଲ୧୫କୁ।

Related posts

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମଧ୍ୟରେ ଟକ୍କର

Odisha Sports Bureau

ବାରବାଟୀକୁ ଫେରିଲା ଇଣ୍ଟନେସନାଲ କ୍ରିକେଟ

Odisha Sports Bureau

ଗୋଟିଏ ଦିନରେ ୩ ମହାମୁକାବିଲା