Cricket

କଳା ପଟି ପିନ୍ଧି ମ୍ୟାଚ ଖେଳିଲେ ଭାରତୀୟ ଦଳ

(ଓଡ଼ିଶା ସ୍ପୋର୍ଟ): ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଖେଲାଳିମାନେ କଳାପଟି ପିନ୍ଧି ପଡିଆକୁ ଓହ୍ଲାଇଛନ୍ତି। ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀଙ୍କ ପରଲୋକ ଶୋକପ୍ରକାଶ କରି ଖେଳାଳିମାନେ କଳାପଟି ପିନ୍ଧିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଶୁକ୍ରବାର ନାଦକର୍ନୀ ପରଲୋକ ଘଟିଥିଲା। ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ରେକର୍ଡ କ୍ରମାଗତ ୨୧ ଓଭର ମେଡେନ ଓଭର ବୋଲିଂ ପାଇଁ ସେ ବିଶେଷ ଭାବେ ପରିଚିତ। ସେ ଦେଶ ତରଫରୁ ୪୧ ଟେଷ୍ଟ ମ୍ୟାଚ ଖେଳି ୧୪୧୪ ରନ ସଂଗ୍ରହ କରିବା ସହ ୮୮ ଉଇକେଟ ଅକ୍ତିଆର କରିଥିଲେ।

Related posts

ପଞ୍ଜାବ ପାଇଁ ଭାରି ପଡିବେ ଗିଲଙ୍କ ନୂଆ କୋଚ

‘ଭାରତ ମାଟ୍ରିମୋନି’ ର ବ୍ରାଣ୍ଡ ଆମ୍ବାସାଡର ହେଲେ ମହେନ୍ଦ୍ର ସିଂ ଧୋନୀ

Odisha Sports Bureau

ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜରେ ଅଧିନାୟକ ହେବେ ରୋହିତ ଶର୍ମା; କୋହଲିଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ନିଶ୍ଚିତ

Odisha Sports Bureau