Cricket

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

(ଓଡ଼ିଶା ସ୍ପୋର୍ଟସ ): ବେଙ୍ଗାଲୁରୁରେ ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ବୋଲିଂ କରିବ ଭାରତ । ଏହାସହ ୩ଟିକିଆ ଦିନିକିଆ ସିରିଜ ୧-୧ରେ ବରାବର ରହିଛି ।

ବେଙ୍ଗାଳୁରୁର ଏମ୍‌ ଚିନ୍ନାସ୍ଵାମୀ ଷ୍ଟାଡିୟମ ସିରିଜର ଏହି ନିର୍ଣ୍ଣାୟକ ମ୍ୟାଚ୍ ଆୟୋଜନ କରୁଛି। ଏହି ମ୍ୟାଚକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ କାରଣ ସିରିଜ ଏବେ ୧-୧ରେ ବରାବର ରହିଛି। ଏହି ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସିରିଜ ଜିତାପଟ କରିବ।

ସିରିଜର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ସହଜରେ ଜିତି ନେଇଥିଲା। ଭାରତ ଏହି ମ୍ୟାଚରେ ୨୫୫ ରନ୍‌ରେ ଅଲଆଉଟ ହୋଇଯାଇଥିବା ବେଳେ ଅଷ୍ଟ୍ରେଲିଆର ଦୁଇ ଓପନର ଏହି ବିଜୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରି ଦେଇଥିଲେ। ହେଲେ ଦ୍ଵିତୀୟ ଦିନିକିଆରେ ଭାରତ ମ୍ୟାଚ ଜିତି ଅଷ୍ଟ୍ରେଲିଆଠୁ ବଦଲା ନେଇଥିଲା। ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩୪୦ ରନ କରିଥିଲା। ହେଲେ ଅଷ୍ଟ୍ରେଲିଆ ୩୦୪ ରନ କରି ଅଲଆଉଟ ହୋଇଯାଇଥିଲେ। ଫଳରେ ଭାରତ ଏହି ମ୍ୟାଚକୁ ଜିତି ନେଇଥିଲା।

Related posts

କୋଚ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି; ପାଇବେ କି ଆଉ ଏକ ସୁଯୋଗ?

Odisha Sports Bureau

ଦିଲ୍ଲୀରେ ପ୍ରଦୂଷଣ ହେତୁ ଇଣ୍ଡିଆ ଓପନରୁ ଓହରିଗଲେ ଆଣ୍ଡର୍ସ ଆଣ୍ଟୋନସେନ୍

Odisha Sports Bureau

ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି

Odisha Sports Bureau