Cricket

ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲା

(ଓଡ଼ିଶା ସ୍ପୋର୍ଟ): ଟିମ୍ ଇଣ୍ଡିଆ ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଡିସାଇଡର ମ୍ୟାଚ ଖେଳିବାକୁ ମଇଦାନକୁ ଓହ୍ଲାଇବ। ୩ ଟିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଜିତିବା ବେଳେ ରାଜକୋଟରେ ଟିମ୍ ଇଣ୍ଡିଆ ରାଜକୀୟ ବିଜୟ ହାସଲ କରି ଜବରଦସ୍ତ କମବ୍ୟାକ୍ କରିଛି। ରାଜକୋଟ ଭଳି ଆସନ୍ତାକାଲି ବେଙ୍ଗାଲୁରୁରେ ଖେଳା ଯିବାକୁ ଥିବା ମ୍ୟାଚ୍ରେ ପିଚ୍ ବ୍ୟାଟସମ୍ୟାନଙ୍କୁ ସୁହାଇବ। ଏମ ଚିନାସ୍ୱାମୀ ଷ୍ଟାଡିୟମରେ ସର୍ବଦା ରନ ବର୍ଷା ହୁଏ। ତେଣୁ ଆସନ୍ତାକାଲି ଦର୍ଶକେ ସିରିଜ୍ ଡିସାଇଡର ସାଙ୍ଗକୁ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ପାଇବେ।
ପ୍ରଥମ ଦୁଇଟି ମ୍ୟାଚରେ ଉଭୟଦଳ ଗୋଟିଏ ଗୋଟିଏ ମ୍ୟାଚ ଜିତି ସିରିଜରେ ୧-୧ରେ ବରାବର ସ୍ଥିତିରେ ଅଛନ୍ତି । ତେବେ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ରୋମାଞ୍ଚକର ହେବ । ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଭାରତକୁ ସହଜରେ ୧୦ ୱିକେଟରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ ।
ଅଷ୍ଟ୍ରେଲିଆ ଟିମର କଥା ଯଦି ଚର୍ଚ୍ଚା କରିବା ତେବେ ସମସ୍ଥ ବିଭାଗରେ ସନ୍ତୁଳିତ ଜଣାପଡୁଥିବା ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ଭାରତକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଦ୍ୱିତୀୟ ମ୍ୟାଚ ଭଳି ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କୁ ଭାରତ ଶୀଘ୍ର ଆଉଟ କରିପାରିଲେ ମ୍ୟାଚରେ ଭାରତର ବିଜୟ ସୁନିଶ୍ଟିତ ହେଲେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ପାଇଁ ଭାରତୀୟ ବୋଲର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ମାନର୍ସ ଲାବୁଶାନେ ମଧ୍ୟ ଅଧିକ ସମୟ କ୍ରୀଜରେ ରହିଲେ ଭାରତ ପାଇଁ ବିପଦ ସାବ୍ୟସ୍ଥ ହୋଇପାରନ୍ତି । ତାଙ୍କୁ ମଧ୍ୟ ଶୀଘ୍ର ଆଉଟ କରିବାକୁ ନିଶ୍ଚୟ ଚେଷ୍ଟା କରିବେ ଭାରତୀୟ ବୋଲର ।
ସମ୍ଭାବ୍ୟ ଭାରତୀୟ ଦଳ :- ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, କେ ଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ନଭଦୀପ ସୈନୀ, ଜଶପ୍ରିତ ବୁମରା ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ : ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍), ଡେଭିଡ୍ ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍, ମାର୍ନସ୍ ଲାବୁଶେନ୍, ଆଲେକ୍ସ କ୍ୟାରୀ (ୱିକେଟକିପର), ଆଷ୍ଟନ୍ ଆଗର, ପ୍ୟାଟ୍ କମିନ୍ସ, କେନ୍ ରିଚାର୍ଡସନ୍, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର୍, ଓ ଆଡାମ ଜାମ୍ପା।

Related posts

ଟି-୨୦ରେ ଏହି ଖେଳାଳୀ ହେଉଛନ୍ତି ଦଳର ମେରୁ ଦଣ୍ଡ

Odisha Sports Bureau

ପୁଣି ମଇଦାନରେ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

Odisha Sports Bureau

ମହିଳା ଟ୍ବେଣ୍ଟି-୨୦ ଓଡ଼ିଶାର ଦ୍ବିତୀୟ ବିଜୟ

Odisha Sports Bureau