Cricket

କିକ୍ରେଟ ଜଗତର ବିଦାୟ ନେଲେ ପିଟର୍ ସିଡଲ୍

(ଓଡ଼ିଶା ସ୍ପୋର୍ଟ):  ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅଷ୍ଟ୍ରେଲିଆର ଅଭିଜ୍ଞ ପେସ୍ ବୋଲର ପିଟର୍ ସିଡଲ୍ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ୬୭ ଟେଷ୍ଟ ଖେଳିଥିବା ୩୫ ବର୍ଷୀୟ ସିଡଲଙ୍କୁ ମେଲବର୍ଣ୍ଣ ଟେଷ୍ଟ ପାଇଁ ଟିମରେ ସାମିଲ୍ କରାଯାଇଥିଲା। କିନ୍ତୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚରେ ଅନ୍ତିମ ଏକାଦଶରେ ସ୍ଥାନ ମିଳିନଥିଲା, ଯାହା ପରେ ସେ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ଘରୋଇ କ୍ରିକେଟ୍ ଖେଳିବା ଜାରି ରଖିବେ।
ସିଡଲ୍ କହିଛନ୍ତି, ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବା, ମଇଦାନକୁ ଓହ୍ଲାଇବା, ରିକି ପଣ୍ଟିଂ, ଷ୍ଟିଭ୍ ୱ’ଙ୍କ ଭଳି କ୍ରିକେଟରଙ୍କୁ ବ୍ୟାଗୀ ଗ୍ରୀନ୍ ପିନ୍ଧିବା ଦେଖିବା ଏବଂ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିବା ମୋ ପାଇଁ ସମ୍ମାନର କଥା। ମୁଁ ଯେବେବି ମଇଦାନକୁ ଓହ୍ଲାଇଛି, ସେତେବେଳେ ମୁଁ ନିଜକୁ ଗୌରବାନ୍ୱିତ ମନେ କରିଛି। ମୋ ପାଇଁ ପ୍ରତିଟି ମୁହୂର୍ତ୍ତ ସ୍ମରଣୀୟ। ଦେଶ ପାଇଁ ମୁଁ ଯେତିକି ଖେଳିଛି, ସେଥିରେ ମୁଁ ସନ୍ତୁଷ୍ଟ ବୋଲି ସିଡଲ୍ କହିଛନ୍ତି।

Related posts

ସାରାଙ୍କ ସହ ଶୁଭମନ , ୟୁଜର୍ସ କହିଲେ ଏଥର କନଫର୍ମ

Odisha Sports Bureau

ଧୋନୀଙ୍କ ପରି ଅଧିନାୟକ କେହି ନାହାନ୍ତି, କି ଆଗକୁ ଆସିବେ ନାହିଁ

Odisha Sports Bureau

ବିଦେଶ ମାଟିରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ