Cricket

କୋଚ ଚୟନ: ରବିଙ୍କ ପାଇଁ ଚ୍ୟାଲେଞ୍ଜ ହେବେ ମୁଡ୍ଡି

(ଓଡିଶାସ୍ପୋର୍ଟସ୍): ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପାଇଁ ବିସିସିଆଇକୁ ୨ ହଜାରରୁ ଅଧିକ ଆବେଦ ପତ୍ର ମିଳିଛି । ବର୍ତ୍ତମାନର କୋଚ ରବି ଶାସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେବା ପରି ମଧ୍ୟ ଅନେକ ଆବେଦକ ରହିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଲ୍ରାଉଣ୍ଡର ଟମ୍ ମୁଡ୍ଡି, ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି ରବୀନ୍ ସିଂ ଓ ଲାଲ୍ଚାନ୍ଦ ରାଜପୁତ ତଥା ବର୍ତ୍ତମାନର କିଙ୍ଗିସ୍ ଏକାଦଶ ପଞ୍ଜାବର ମୁଖ୍ୟ କୋଚ୍ ମାଇକ୍ ହେସନ୍ ।
ବାଙ୍ଗାଲୋର ମିରର୍ ରିପୋର୍ଟ ଅନୁସାରେ, ବିସିସିଆଇ କେବେ ଆଶା କରି ନ ଥିଲା, ଏତେ ସଂଖ୍ୟକ ଆବେଦନ ପତ୍ର ଆସିବ । ମୁଖ୍ୟ କୋଚ୍ ଦୌଡ଼ରେ ଟମ୍ ମୁଡ୍ଡିଙ୍କ ନାମ ଶୀର୍ଷରେ ରହିଛି ଓ ତାଙ୍କୁ ଚୟନ କରାଯିବାର ସମ୍ଭାବନା ମଧ୍ୟ ରହିଛି। ମୁଡ୍ଡି ଜଣେ ଅଭିଜ୍ଞ କୋଚ ରହିଛି । ସେ ବିଭିନ୍ନ ଦଳ ପାଇଁ ମଧ୍ୟ ତାଲିମ ଦେଇଛନ୍ତି । ଦୁଇ ହଜାର ଆବେଦନକାରୀଙ୍କ ମଧ୍ୟରେ ବିଶ୍ୱର ଏଭଳି ନାମଜାଦା ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ସମସ୍ତେ ଜଣେ ଜଣେ ଯୋଗ୍ୟ ପ୍ରାର୍ଥୀ । ତେଣୁ କୋଚ ଚୟନରେ ବିସିସିଆଇ ପାଇଁ ଚ୍ୟାଲେଞ୍ଜ ଠାରୁ କୌଣସି ଗୁଣରେ କମ ହେବ ନାହିଁ ।

Related posts

ଟେଷ୍ଟ୍ ର଼୍ୟାଙ୍କିଙ୍ଗରେ ଜାଡେଜା ପୁଣି ଅଲରାଉଣ୍ଡର, ଫ୍ୟାନ୍ସଙ୍କୁ ନିରାଶ କଲେ ବିରାଟ

Odisha Sports Bureau

ଶ୍ରେୟସ ଆୟରଙ୍କୁ ଏବେ ପୁଣି ଥରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିବ, କେବଳ ଏହି ସର୍ତ୍ତରେ

Odisha Sports Bureau

ଆଇପିଏଲ ରେ ଧୋନୀ-ରୋହିତ ଟକ୍କର

Odisha Sports Bureau