Cricket

କୋହଲିଙ୍କ ନାମରେ କୋଟଲା ଷ୍ଟାଡ଼ିୟମ ଷ୍ଟାଣ୍ଡ

(ଓଡିଶାସ୍ପୋର୍ଟସ ): ଭାରତୀୟ କିକ୍ରେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ ବା ଡିଡିସିଏ ଫିରୋଜ ଶାହା କୋଟଲାର ନୂଆ ପ୍ୟାଭିଲିୟନ ଷ୍ଟାଣ୍ଡର ନାମ ନାମିତ ହେବ । ଆଜି ଜବାହାରଲାଲ ନେହେରୁ ଷ୍ଟାଡିୟମର ଭାରତୋଳନ ହଲରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁଠାରେ କୋଟଲା ଷ୍ଟାଡିୟମର ନାମ ଅରୁଣ ଜେଟଲୀ ନାମରେ ରଖାଯିବ ।

ଏହି କାର୍ଯ୍ୟକ୍ରମରେ ସର୍ବଶ୍ରେଷ୍ଠ ଅଧିନାୟକ ଭାବେ କୋହଲିଙ୍କୁ ସମ୍ମାନିତ କରାଯିବ । କାରଣ ସେ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଫଛରେ ପକାଇ ସବୁଠାରୁ ଅଧିକ ମ୍ୟାଚ ଜିତିଥିବା ଅଧିନାୟକ ହୋଇଛନ୍ତି । ଏହି କାର୍ୟ୍ୟକ୍ରମରେ କୋହଲିଙ୍କ ସହ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।
ଡିଡିସିଏର ଅଧ୍ୟକ୍ଷ ରଜତ ଶର୍ମାଙ୍କ କହିବାନୁସାରେ ଏଠାରେ ଆକର୍ଷଣୀୟ କାର୍ୟ୍ୟକ୍ରମ ଆୟୋଜନ କରାଯିବ । ଯେଉଁଠାରେ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯିବ । ଦିଲ୍ଲୀ କ୍ରିକେଟରେ ତାଙ୍କର ଅନେକ ଯୋଗଦାନ ରହିଛି । ଷ୍ଟାଡିୟମକୁ ତାଙ୍କ ନାମରେ ରଖାଯାଇ ମଦତ ଉଦ୍ଦେଶ୍ୟକୁ ପୂରଣ କରାଯିବ ।

Related posts

କ୍ୟାନ୍ସରରେ ପୀଡିତ ଅଷ୍ଟ୍ରେଲିଆ ଟିମର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ

Odisha Sports Bureau

ଡ୍ରେସିଂ ରୁମରେ ଖୋଲିଗଲା ଇଶାନ-ହାର୍ଦ୍ଦିକଙ୍କ ପୋଲ

Odisha Sports Bureau

ଆଫଗାନିସ୍ତାନ ଖେଳାଳି ରାସିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି ରତନ ଟାଟା? ଟ୍ୱିଟ୍ କରି ଜବାବ ଦେଲେ ରତନ ଟାଟା

Odisha Sports Bureau