Cricket

କ୍ରିକେଟ ଜଗତରେ ଖେଳାଳି୧୦ ରନରେ ଅଲଆଉଟ

(ଓଡିଶା ସ୍ପୋର୍ଟ): କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଆନୁକୂଲ୍ୟରେ ଅନୁଷ୍ଠିତ ମହିଳା କ୍ରିକେଟ ଟି୨୦ ଟୁର୍ନାମେଣ୍ଟରେ ଏହିଭଳି ସ୍କୋରବୋର୍ଡ ଦେଖିବାକୁ ମିଳିଛି।ଯାହା ଶୁଣିଲେ ଆଶ୍ଚର୍ୟ୍ୟ ହୋଇଯିବେ ୧୦ ରନରେ ପୂରା ଟିମ ଅଲଆଉଟ। ସେହିଭଳି ଟିମର ୧୦ଜଣ ଖେଳାଳି ୦ରେ ଆଉଟ ହୋଇଛନ୍ତି। ଜାତୀୟ ଇଣ୍ଡିଜେନ୍ସ କ୍ରିକେଟ ଚାମ୍ପିୟନଶିପ୍ରେ ନ୍ୟୁ ସାଉଥ୍ ଓ୍ବେଲ୍ସ ଓ ସାଉଥ୍ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସାଉଥ ଅଷ୍ଟ୍ରେଲିଆ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ୧୦.୨ ଓଭରରେ ମାତ୍ର ୧୦ ରନ କରି ସମସ୍ତ ଉଇକେଟ୍ ହରାଇଥିଲା। ଦଳ ପକ୍ଷରୁ ଓପନର୍ ଫେବି ମାନସେଲଙ୍କୁ ଛାଡ଼ିଦେଲେ ଅନ୍ୟ ୧୦ଜଣ ବ୍ୟାଟ୍ସଓ୍ବିମ୍ୟାନ ଖାତା ଖୋଲିପାରି ନ ଥିଲେ। ଫେବି ୪ ରନ କରିଥିବାବେଳେ ଅତିରିକ୍ତ ଆକାରରେ ୬ ରନ୍ ହୋଇଥିଲା। ଦଳ ପକ୍ଷରୁ ଫେବି ଓ ଓ୍ବାନିକି ଗିବୁମା-ମାର୍ କେବଳ ୩ରୁ ଊର୍ଦ୍ଧ୍ୱ ବଲ୍ ଖେଳିବାରେ ସକ୍ଷମ ହୋଇଥିଲେ। ନ୍ୟୁ ସାଉଥ୍ ଓ୍ବେଲ୍ସ ବୋଲର ରକ୍ସସାନେ ଭାନ୍-ଭିନ୍ ୨ ଓଭର ବୋଲିଂ କରି ୧ ରନ ବିନିମୟରେ ସର୍ବାଧିକ ୫ଟି ଉଇକେଟ୍ ଅକ୍ତିଆର କରିଥିଲେ। ଜବାବରେ ନ୍ୟୁ ସାଉଥ୍ ଓ୍ବେଲ୍ସ ଏହି ଟାର୍ଗେଟ୍କୁ ୧୫ଟି ବଲରେ ୨ଟି ଉଇକେଟ୍ ହରାଇ ହାସଲ କରିନେଇଥିଲା।

Related posts

କିଏ ଭାରତର ସଫଳ ଅଧିନାୟକ?

Odisha Sports Bureau

ସୋନପୁର ପ୍ରିମିୟର ଲିଗ୍ (ଏସ୍‌ପିଏଲ୍)  ମ୍ୟାଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କଥା ମାନିଲେନି ପାଣ୍ଡ୍ୟା !

Odisha Sports Bureau