Cricket

କାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟର ଦ୍ୱିତୀୟ ଟି-୨୦ ମ୍ୟାଚ

(ଓଡିଶା ସ୍ପୋର୍ଟ): ଆସନ୍ତାକାଲି ଖେଳାଯିବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟର ଦ୍ୱିତୀୟ ଟି-୨୦ ମ୍ୟାଚ। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୮୦ ରନରେ ହାରି ସାରିଛି । ଏଇ ବଡ଼ ଝଟ୍କା ପରେ ଏବେ କଣ କରିବ ଟିମ୍ ଇଣ୍ଡିଆ ବର୍ତ୍ତମାନ ସମସ୍ତଙ୍କର ସେଇ ଚିନ୍ତା । ଭାରତୀୟ ଫ୍ୟାନ୍ଙ୍କ ଆଶା ଯେ ଦଳ ପୁଣି ନ୍ୟୁଜିଲାଣ୍ଡକୁ ନ୍ୟୁଜିଲାଣ୍ଡରେ ମାତ ଦେଇ ପାରିବ । ଭାରତକ ଆସନ୍ତାକାଲି ଯେମିତି ହେଲେ ମ୍ୟାଚ୍ ଜିତି ସିରିଜ୍କୁ କମ୍ବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିବ। ସେହିପରି ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ୍ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ନ୍ୟୁଜିଲ୍ୟାଣ୍ଡ ଆସନ୍ତାକାଲିର ମ୍ୟାଚ୍ ଜିତି ନେଲେ ଘରୋଇ ମାଟିରେ ଭାରତକୁ ପରାସ୍ତ କରିବାର ରେକର୍ଡ ନିଜ ନାଁରେ ବଜାୟ ରଖିବ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ମାଟିରେ ଆଜି ଯାଏ ଗୋଟିଏ ହେଲେ ଟି-୨୦ ମ୍ୟାଚ ଜିତି ନଥିବା ଟିମ୍ ଇଣ୍ଡିଆ ଆସନ୍ତାକାଲି ଇତିହାସ ବଦଳାଇବାକୁ ଚେଷ୍ଟା କରିବ।

ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ବ୍ୟାଟିଂ,ବୋଲିଂ ଓ ଫିଲ୍ଡିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦଳ ୮ ଜଣ ବ୍ୟାଟସ୍ମ୍ୟାନ୍ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହେଁ ମାତ୍ର ୧୩୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ତେଣୁ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟିମ୍ ଇଣ୍ଡିଆ ଏକାଧିକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।

Related posts

ରଣଜୀ ଲଢେଇ ଗୋଆକୁ ୩୮୮ର ବିଜୟ ଲକ୍ଷ୍ୟ

Odisha Sports Bureau

କୋଲକାତା ପିଚ୍ ବିବାଦ ଉପରେ ସୌରଭ ଗାଙ୍ଗୁଲିଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା

Odisha Sports Bureau

ସାମ୍ବାଦିକ ପଚାରିଲେ ପ୍ରଶ୍ନ, ଧୋନୀଙ୍କ ଷ୍ଟାଇଲରେ ଉତ୍ତର ଦେଲେ ହରମନପ୍ରୀତ୍…

Odisha Sports Bureau