Football

ଚେନ୍ନାଇୟିନକୁ ‘ଡ୍ର’ ରେ ଅଟକାଇଲା ଜମଶେଦପୁର

(ଓଡିଶା ସ୍ପୋର୍ଟସ): ଇସାକ୍ ବେନମଲସାୱମାଙ୍କ ମ୍ୟାଚର ଶେଷ ସମୟରେ କରିଥିବା ଗୋଲ୍ ସାହାଯ୍ୟରେ ଜାମସେଦପୁର ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ର ଷଷ୍ଠ ପର୍ଯ୍ୟାୟର ଘରୋଇ ପଡିଆରେ ଅଜୟକ୍ରମ ଜାରୀ ରଖି ସୋମବାର ଦିନ ଏଠାରେ ଚେନା୍ନଇୟିନ ଏଫସି କୁ ୧-୧ ବରାବରୀରେ ଅଟକାଇଥିଲା । ଜୋଆର୍ଡି ଟାଟା ସ୍ପୋଟର୍ସ କପ୍ଲେସ୍କ ପଡିଆରେ ଖେଳାଯାଇଥିବା ଲିଗରେ ନିଜର ସପ୍ତମ ତମ ମ୍ୟାଚରେ ଦୁଇଥର ଚମ୍ପିଆନ ହୋଇଥିବା ଚେନ୍ନାଇୟିନ ଏଫସି ମ୍ୟାଚର ୨୬ତମ ମିନିଟରେ ନେରୀଜୁସ୍କ୍ ବାଲାସିସ୍କଙ୍କ ଗୋଲ ସାହାଯ୍ୟରେ ୧-୦ରେ ଆଗୁଆ ରହିଥିଲେ, କିନ୍ତୁ ୮୯ତମ ମିନିଟରେ ବେନମଲସାୱମାଙ୍କ ଗୋଲରେ ମେଜବାନ ଟିମ୍ ମୁକାବିଲାକୁ ୧-୧ କରିଦେଇଥିଲେ । ଜମଶେଦପୁର ପାଇଁ ସପ୍ତମ ମ୍ୟାଚ ମଧ୍ୟରୁ ଏହା ତୃତୀୟ ଡ୍ର ଅଟେ । ଟିମ୍ ୧୨ ଅଙ୍କ ସହିତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପଟେ ନବନିଯୁକ୍ତ କୋଚ  ଓୱେନ୍ କାୟଲେଙ୍କ ମାର୍ଗଦର୍ଶନରେ ପ୍ରଥମ ମ୍ୟାଚ ଖେଳୁଥିବା ଚେନ୍ନାଇୟାନ ୬ଟି ଅଙ୍କ ସହିତ ତାଲିକାର ନବମ ସ୍ଥାନରେ ରହିଛି ।

Related posts

ଗାରେଥ ବାଲେ ଆଜି ଫୁଟବଲକୁ ଅଲବିଦା କହିଛନ୍ତି

Odisha Sports Bureau

ଭାରତରେ ପୁରୁଷ ଫିଫା ବିଶ୍ୱକପ ପରେ ମହିଳା ବିଶ୍ୱକପ

Odisha Sports Bureau

ପ୍ରଥମ ଭାରତୀୟ ଭାବେ ପ୍ରଫୁଲ୍ଲ ପଟେଲ ଫିଫା ପରିଷଦର ସଦସ୍ୟ

Leave a Comment