More Sports

ଜାପାନ ଯିବେ ୩ ଜଣ ରକବୀ ଖେଳାଳି

(ଓଡ଼ିଶା ସ୍ପୋର୍ଟ):  ଜାପାନରେ ୧୯ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ ଔଋଘଋଝଣଝ ଚଜଙଏଜଇଗ-୨୦୧୯ । ଏହି କାର୍ଯ୍ୟକ୍ରମରେ ୩ ଜଣ ରଗବୀ ଖେଳାଳି ଜାପାନ ଯିବେ । ୩ ଖେଳାଳି ସୁମିତ୍ରା ନାୟକ, ମୁନା ମୁର୍ମୁ ଓ ଦିବ୍ୟ ରଞ୍ଜନ ଦାସ । ନୂଆ ଟେକଟିକ, ନୂଆ କୌଶଳ ଓ ରେଫରି ପାଇଁ ସମସ୍ତେ ମନୋନୀତ ହୋଇଛନ୍ତି । ସୁମିତ୍ରା ନାୟକ ପ୍ଳାୟାର କାଟାଗୋରୀ, ମୁନା ମୁର୍ମୁ କୋଚ କାଟାଗୋରୀ ଓ ଦିବ୍ୟ ରଞ୍ଜନ ଦାସ ରେଫରି କାଟାଗୋରୀ ପାଇଁ କିସ ଏହି ୩ ଜଣଙ୍କୁ ଚୟନ କରିଛି । ଏଥିପାଇଁ ଗତ ୧୫ ତାରିଖରୁ କିସ୍ରୁ ଏମାନେ ବାହାରି ଦିଲ୍ଲୀରେ ପହଞ୍ଚିଛନ୍ତି । ଜାପାନ ଗ୍ରସ୍ତ ପାଇଁ ଚୟନ ହୋଇଥିବାରୁ ସମସ୍ତେ କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ସୁମିତ୍ରା କହିଛନ୍ତି ଅଲମ୍ପିକ ଜିତିବା ତାଙ୍କର ସ୍ୱପ୍ନ । କେବିସି ଏପିସୋଡରେ ଡକ୍ଟର ସାମନ୍ତ ତାଙ୍କ ନାଁ ନେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜାପାନରେ ୩ ଛାତ୍ରଛାତ୍ରୀଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି ଡକ୍ଟର ସାମନ୍ତ । ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନର ସେକ୍କ୍ରେଟାରୀ ଉପେନ୍ଦ୍ର କୁମାର ମହାନ୍ତି ମଧ୍ୟ ସମସ୍ତ ୩ ଜଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related posts

ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟ: ବିଶ୍ୱନାଥନ ଆନନ୍ଦଙ୍କ ପ୍ରଥମ ବିଜୟ ହାସଲ

Odisha Sports Bureau

ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା 

Odisha Sports Bureau

ଜିଲ୍ଲା ସ୍ତରୀୟ କବାଡି ଓ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau