Badminton

ଜୁନିଅର ର୍ୟାକିଂଙ୍ଗ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତିଲେ ତନିଷା

(ଓଡିଶାସ୍ପୋର୍ଟସ ): ତନିଷା କ୍ରାଷ୍ଟୋ ନିଜର ଭଲ ପ୍ରଦର୍ଶନ ଜାରି ରଖି ଅଖିଳ ଭାରତୀୟ ଜୁନିଅର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗୋଳରେ ବିଜୟ ହାସଲ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଥିବା ତନିଷା ଏବଂ ଅଦିତି ଭଟ୍ଟଙ୍କ ଯୋଡି ରୋମାଞ୍ଚକର ଫାଇନାଲରେ ତୃଷା ଜୋଲି ଏବଂ ଭରସିନିଙ୍କୁ ୨୧-୧୫, ୨୧-୨୩, ୨୧-୧୭ ସେଟରେ ପରାସ୍ତ କରିଥିଲେ । ଏହି ଯୋଡି ପୂର୍ବ ସପ୍ତାହରେ ପଞ୍ଚକୁଲାରେ ଚମ୍ପିଆନ ହୋଇଥିଲେ । ଗୋଆର ତନିଷା ଏହା ପରେ ମିଶ୍ରିତ ଯୁଗୋଳରେ ଇଶାନ ଭଟ୍ଟନଗରଙ୍କ ସହିତ ମିଶି ମବନିତ ବୋକ୍କା ଏବଂ ସତିଥି ବନ୍ଦିଙ୍କୁ ୨୧-୧୪, ୨୧-୧୫ ସେଟରେ ପରାସ୍ତ କରି ଦ୍ୱିତୀୟ ଟ୍ରଫି ଜିତିଛନ୍ତି । ଏକକ ବର୍ଗରେ ଚେନ୍ନାଇର ସତିଶ କୁମାର ଏବଂ କର୍ଣ୍ଣାଟକର ତୃଷା ହେଗଡେ ଚମ୍ପିଆନ ହୋଇଛନ୍ତି ।

Related posts

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଭାରତର ସ୍ୱର୍ଣ୍ଣ ବିଜୟରେ ଚମକିଲେ ମହିଳା ଖେଳାଳି, ୧୩ରୁ ୮ଟି ସ୍ୱର୍ଣ୍ଣ ମହିଳାଙ୍କ ନାମରେ

Odisha Sports Bureau

ଜାପାନ ଓପନ ବ୍ୟାଡ଼ମିଣ୍ଟନ କ୍ୱାର୍ଟରରେ ସିନ୍ଧୁ,ସାଇ ପ୍ରଣୀତ

ୟୁଏସ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଫାଇନାଲରେ ତନଭି ଓ ଆୟୁଷ