Hockey

ଜୁନିୟର ମହିଳା ହକି ଦଳର କ୍ୟାମ୍ପ୍‌ରେ ୩ ଓଡ଼ିଆ

(ଓଡ଼ିଶା ସ୍ପୋର୍ଟସ  ): ଆଜି ଠାରୁ ଆରମ୍ଭ ହେବାକୁ ଥିବା ଭାରତୀୟ ଜୁନିୟର ମହିଳା ହକି ଦଳର କ୍ୟାମ୍ପ୍‌ ଲାଗି ୩୯ ଜଣିଆ କୋର୍‌ ଗ୍ରୁପ୍‌ ତାଲିକା ପ୍ରକାଶ କରିଛି। ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରରେ କୋଚ୍‌ ବଲ୍‌ଜିତ୍‌ ସିଂ ସଇନିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ନଭେମ୍ବର ୨୮ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ଜୁନିୟର ମହିଳା ଦଳ ଡିସେମ୍ବର ୩ରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର କାର୍ୟ୍ୟସୂଚୀ ରହିଛି। ଘରୋଇ ଅଷ୍ଟ୍ରେଲିଆ ବ୍ୟତୀତ ୩ୟ ଦଳ ଭାବେ ନ୍ୟୁଜିଲାଣ୍ଡ ଏଥିରେ ଅଂଶଗ୍ରହଣ କରିବ। ଏହି ପ୍ରତିଯୋଗିତା ଲାଗି କ୍ୟାମ୍ପରୁ ଖେଳାଳି ମନୋନୀତ କରାଯିବ। ଏହି ୩୯ ଜଣିଆ କୋର୍‌ ଗ୍ରୁପ୍‌ ତାଲିକାରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମିଡ୍‌ଫିଲ୍ଡର ମାରିଆନା କୁଜୁର, ଅଜମିନ କୁଜୁର ଓ ଫର୍‌ଓ୍ବାର୍ଡ ଜୀବନ କିଶୋରୀ ଟପ୍ପୋ।

Related posts

ମେଫେୟାରରେ ରହିବେ ହେଲେ ଖାଇବେ ନାହିଁ ଇଂଲଣ୍ଡ

Odisha Sports Bureau

ଓଡିଶା ହକିଦଳ ଘୋଷିତ

Odisha Sports Bureau

ଇଣ୍ଡିଆର ସଭାପତି ଭାବେ ଦିଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ବଡ଼ବଡ଼ ପଦକ୍ଷେପ ନିଆଯାଉଛି

Odisha Sports Bureau