Cricket

ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ନେଇ ଅନିଶ୍ଚିତତା

(ଓଡ଼ିଶା ସ୍ପୋର୍ଟସ ): ଭାରତ ଓ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମରେ ଖେଳାଯିବ। ମାତ୍ର ଏହି ଅନ୍ତରାଷ୍ଟ୍ରୀୟ ଟି-୨୦ ପୂର୍ବରୁ ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି। ଏହା ପୂର୍ବରୁ ୨୦୧୭ ଡିସେମ୍ବରରେ କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ବାୟୁ ପ୍ରଦୂଷଣ ବାଧକ ସାଜିଥିଲା। ଯେଉଁ କାରଣରୁ ଶ୍ରୀଲଙ୍କାର ଅଧିକାଂଶ ଖେଳାଳିଙ୍କୁ ମାକ୍ସ ପିନ୍ଧିବାକୁ ପଡ଼ିଥିଲା। ଏହା ସତ୍ଵେ କିଛି ଖେଳାଳି ଅସୁସ୍ଥ ହୋଇ ପଡ଼ିଥିଲେ। ବିସିସିଆଇର ରୋଟେସନ ନୀତି ଓ ଭ୍ରମଣକାରୀ ଦଳର କାର୍ୟ୍ୟ କ୍ରମୁ ଦେଖି ବୋର୍ଡ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଦିଲ୍ଲୀରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଥିଲା।

ବିସିସିଆଇ ଆଶା କରୁଥିଲା ଯେ ଦିବାରାତ୍ର ମ୍ୟାଚରେ ସହରର ଦୂଷିତ ବାୟୁ ସେତେଟା ପ୍ରସଙ୍ଗ ହେବ ନାହିଁ। ମାତ୍ର ଦୀପାବଳିର ଦୁଇ ଦିନ ପୂର୍ବରୁ ବାୟୁର ଗୁଣବତ୍ତା ସୂଚକାଙ୍କ ବହୁ ନିମ୍ନସ୍ତରରେ ରହିଛି। ଏକ୍ୟୁଆଇ ମାପଦଣ୍ଡ ଆଧାରରେ ୦-୫୦ ଉତ୍ତମ, ୫୧ ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟମ ସ୍ତର, ୨୦୧ ରୁ ୩୦୦ ଖରାପ, ୩୦୦ ରୁ ୪୦୦ ଅତି ଖରାପ ଓ ୪୦୦ରୁ ଅଧିକ ହେଲେ ଗୁରୁତର କୁହାଯାଏ, ଯାହା ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ

Related posts

ଭାରତୀୟ ଖେଳାଳୀଙ୍କ ବିରୋଧରେ ଅଭିଯୋଗ କରିବେ ନକଭି

Odisha Sports Bureau

ମନରେଗା ଯୋଜନାରେ ବଡ଼ ଠକେଇ, କ୍ରିକେଟର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭାଇଙ୍କୁ ମିଳୁଛି ମଜୁରୀ

Odisha Sports Bureau

ଭାରତ-ପାକିସ୍ତାନ ରୋମାଞ୍ଚକର ମୁକାବିଲା ପୂର୍ବରୁ ମହାକାଳେଶ୍ଵରଙ୍କ ଶରଣରେ ଭାରତୀୟ ଟିମ୍

Odisha Sports Bureau