Cricket

ଟି-୨୦ ସିରିଜ ପାଇଁ ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା ଦଳ

(ଓଡିଶାସ୍ପୋର୍ଟସ ): ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା କିକ୍ରେଟ ଦଳ ମଙ୍ଗଳବାର ଧର୍ମଶାଳାରେ ପହଞ୍ଚିଛି । ଭାରତ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ ଖେଳାଯିବ । ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ଦକ୍ଷିଣ ଆଫ୍ରିକା ଟିମର ନେତୃତ୍ୱ ନେବେ। ସିରିଜର ପ୍ରଥମ ମ୍ୟାଚ୍ ୧୫ ତାରିଖରେ ଧର୍ମଶାଳା, ୧୮ରେ ଦ୍ୱିତୀୟ ଟି-୨୦ ଏବଂ ୨୨ରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ।
ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ପରେ ପ୍ରଥମଥର ପାଇଁ ଏହି ସିରିଜ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବ। ଟି-୨୦ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଦଳରେ ଏକାଧିକ ଯୁବ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିବା ଆଣ୍ଡିଲେ ଫେଲୁକୱାୟୋ, ଡି’କକ୍, କାଗିସୋ ରବାଡା, ଡେଭିଡ୍ ମିଲର୍ ଏବଂ ତାଜରେଜ୍ ଶାମସୀଙ୍କ ଭଳି ସିନିୟର ଖେଳାଳି ଦଳରେ ସ୍ଥାନ ପାଇଛନ୍ତି।

Related posts

ଶ୍ରୀଲଙ୍କାର ଭେଟେରାନ କ୍ରିକେଟର ଲସିଥ ମାଲିଙ୍ଗାଙ୍କ ନାମରେ ରହିଛି ଅନେକ ମଜାଦାର ରେକର୍ଡ

Odisha Sports Bureau

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପିସିବିର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ; କୋଚ୍ରୁ ଅଧିନାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ବଦଳାଇଲା

Odisha Sports Bureau

ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡ଼ୁ ପ୍ଲେସିସ କ୍ରିକେଟରୁ ସନ୍ୟାସ ନେଇପାରନ୍ତି

Odisha Sports Bureau