More Sports

ୱାର୍ଲ୍ଡ ଚମ୍ପିୟନଶିପରେ ଦୂତୀ

(ଓଡିଶାସ୍ପୋର୍ଟସ ): ଚଳିତ ମାସ ୨୭ତାରିଖରୁ ଦୋହାରେ ହେବାକୁଥିବା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଦୌଡ଼ରାଣୀ ଦୂତିଚାନ୍ଦ ମନୋନୀତ ହୋଇଛନ୍ତି । ଏହି ଚାମ୍ପିୟନଶିପ୍ ପାଇଁ ୨୫ଜଣିଆ ଟିମର ଘୋଷଣା କରାଯାଇଛି।
ଦୂତୀ ଟ୍ୱିଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି, “ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ମୁଁ ୨୫ଜଣିଆ ଟିମରେ ମନୋନୀତ ହୋଇଛି। ଆପଣମାନେ ମୋତେ ସଫଳତା ପାଇଁ ଶୁଭକାମନା ଜଣାନ୍ତୁ।” ସୂଚନାଯୋଗ୍ୟ, ଦୂତୀ ୱାର୍ଲ୍ଡ ଚାମ୍ପିୟନଶିପର ୧୦୦ ମିଟର ଦୌଡ଼ରେ ଭାଗ ନେବେ।
ଦୂତୀ ଚଳିତ ବର୍ଷ ନେପୋଲିରେ ଆୟୋଜିତ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ନିର୍ଦ୍ଧାରିତ ଦୂରତାକୁ ମାତ୍ର ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ଅର୍ଜନ କରିଥିଲେ। ବର୍ତ୍ତମାନ ସେ ଜବରଦସ୍ତ ଫର୍ମରେ ଅଛନ୍ତି। ଦୂତୀଙ୍କ ନାଁରେ ୧୦୦ ମିଟର୍ ଦୌଡ଼କୁ ୧୧.୨୪ ସେକେଣ୍ଡରେ ଅତିକ୍ରମ କରିବାର ଜାତୀୟ ରେକର୍ଡ ରହିଛି। ଏହାଛଡ଼ା ଦୂତୀଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ କ୍ରୀଡ଼ା ବିଭାଗ ସୁପାରିସ୍ କରିଥିଲା, କିନ୍ତୁ ଡେଡଲାଇନ୍ ମିସ୍ ହେବାରୁ ତାଙ୍କ ନାଁ ଖାରଜ ହୋଇଥିଲା।

Related posts

ସୁଟର ରବି କୁମାର ଏବଂ ବକ୍ସର ସୁମିତଙ୍କ ଉପରେ ୱାଡାର ପ୍ରତିବନ୍ଧକ

Odisha Sports Bureau

କାନ୍ସ୍ ଓପନ ଚେସ୍ ଟୁର୍ଣ୍ଣାମଣ୍ଟର ଟାଇଟଲ୍ ଜିତିଲେ ଗୁକେଶ

Odisha Sports Bureau

ସାକ୍ଷି, ରାହୁଲ ଅୱରେ ଭାରତୀୟ ଟିମରେ ଶାମିଲ

Odisha Sports Bureau