(ଓଡ଼ିଶା ସ୍ପୋର୍ଟସ ): ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳ ମନୋନୟନ ଗୁରୁବାର ହେବ। ଏହି ଅବସରରେ ମୁଖ୍ୟତଃ ଅଧିନାୟକ ବିରାଟ କୋହଲିଙ୍କ କାର୍ୟ୍ୟଭାର, ରିଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ମନୋନୟନ ଉପରେ ଚୟନକର୍ତ୍ତାଙ୍କ ଫୋକସ ରହିବ। ଟି୨୦ ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ରାଜକୋଟ ଓ ନାଗପୁରରେ ପରବର୍ତ୍ତୀ ୨ ମ୍ୟାଚ ଖେଳାଯିବ। ଏହାପରେ ଆଇସିସି ବିଶ୍ୱ ଚାମ୍ପିୟନଶିପ୍ ଅନ୍ତର୍ଗତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଇନ୍ଦୋର ଓ ଫିରୋଜଶାହ କୋଟଲାରେ ଖେଳାଯିବ।
୨୦୧୮ ଅକ୍ଟୋବର ପରଠାରୁ ଭାରତ ଖେଳିଥିବା ୫୬ ଗେମ୍ରୁ କୋହଲି ୪୮ଟିରେ ଖେଳି ସାରିଛନ୍ତି। ତେଣୁ ଆସନ୍ତା ଟି୨୦ ସିରିଜରେ ଖେଳିବେ କିମ୍ବା ବିଶ୍ରାମ ନେବେ ସେ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ଚୟନକର୍ତ୍ତାମାନେ କୋହଲିଙ୍କ ଉପରେ ଛାଡ଼ି ଦେଇଛନ୍ତି। ଚୟନ କମିଟି ବୈଠକରେ ମୁମ୍ବାଇ ଅଲରାଉଣ୍ଡର ଶିଭମ୍ ଦୁବେଙ୍କ ସାମିଲ ସମ୍ପର୍କରେ ଆଲୋଚନା ହେବା ସମ୍ଭାବନା ରହିଛି। ସେ ଅଲରାଉଣ୍ଡର ଭାବେ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି। ବଡ଼ ଶଟ୍ ଖେଳିବାର ଦକ୍ଷତା ରଖିଥିବାରୁ ତାଙ୍କ ଚୟନ ସମ୍ଭାବନା ବଢ଼ିଛି। ସାମସନ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ କେରଳ ପକ୍ଷରୁ ଦ୍ୱିଶତକ ହାସଲ କରିଛନ୍ତି। ”ଉଭୟ ସାମସନ ଓ ପନ୍ତ ଭାରତୀୟ ଦଳରେ ସାମିଲ ହେଲେ ଆଶ୍ଚର୍ୟ୍ୟ ହେବାର କିଛି ନାହିଁ। ସେମାନେ ସାଥିହୋଇ ଆଇପିଏଲ ଖେଳିଛନ୍ତି। ଟି୨୦ରେ ରିଷଭଙ୍କ ରେକର୍ଡ ଭଲ ନ ଥିଲେ ହେଁ ତାଙ୍କୁ ଦୀର୍ଘ କାଳୀନ ଭିତ୍ତିରେ ତାଙ୍କ ଚୟନକୁ ଗୁରୁତ୍ୱ ଦିଆ ଯାଇପାରେ। ସାମସନଙ୍କ ନିକଟରେ ମ୍ୟାଚର ମୋଡ଼ ପରିବର୍ତ୍ତନ କରିବା ଦକ୍ଷତା ରହିଛି। ଆଗକୁ ଟି୨୦ ବିଶ୍ୱକପ ଆସୁଥିବାରୁ ଚୟନକର୍ତ୍ତାମାନେ ଉପଲବ୍ଧ ବିଭିନ୍ନ ବିକଳ୍ପକୁ ଧ୍ୟାନରେ ରଖି ଦଳ ଚୟନ କରିବେ ବୋଲି ଜଣେ ବିସିସିଆଇ ଅଫିସିଆଲ ପ୍ରକାଶ କରିଛନ୍ତି।
previous post
next post