More Sports

ଦକ୍ଷିଣ ଏସିଆନ ଗେମ୍ସ: ସୁଇମିଂରେ ୭ଟି ସ୍ୱର୍ଣ୍ଣ

(ଓଡ଼ିଶା ସ୍ପୋର୍ଟ): ଦକ୍ଷିଣ ଏସିଆନ ଗେମ୍ସରେ ଶନିବାର ସୁଇମିଂରେ ଭାରତ ୭ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ଶ୍ରୀହରି ନଟରାଜ(୧୦୦ ମିଟିର ବ୍ୟାକ ଷ୍ଟ୍ରୋକ୍ସ), ରିଚା ମିଶ୍ରା(୮୦୦ ମି ଫ୍ରି ଷ୍ଟାଇଲ), ଶିବା ଏସ୍(୪୦୦ ମି ବ୍ୟକ୍ତିଗତ ମେଡଲୀ), ମାନା ପଟେଲ(୧୦୦ ମି ବ୍ୟାକଷ୍ଟ୍ରୋକ), ଚାହତ ଅରୋରା(୫୦ ମି ବ୍ୟାକଷ୍ଟ୍ରୋକ), ଲିଥିକା ଏସ୍ପି ଓ ରୁଜୁତା ଭଟ୍ଟ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ସେହିପରି ଏଭି ଜୟଭୀନା ଓ ରିଦ୍ଧିମା ବୀରେନ୍ଦ୍ରକୁମାରୀ ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଭାରତ ଏହି ଟୁର୍ଣ୍ଣାମେଣ୍ଟର ପଦକ ତାଲିକାର ଶୀର୍ଷରେ ପହଞ୍ଚି ଯାଇଛି। ଭାରତର ପଦକ ସଂଖ୍ୟା ଆଜି ୨୦୦ ଅତିକ୍ରମ କରିଥିବା ବେଳେ ଏହା ମଧ୍ୟରୁ ୧୦୦ରୁ ଅଧିକ ଗୋଲ୍ଡ ମେଡାଲ ରହିଛି।

ଭାରତ ୨୧୪ ପଦକ ସହ ଶୀର୍ଷରେ ଥିବା ବେଳେ ନେପାଳ ୧୪୫ଟି ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଜିତିଥିବା ୨୧୪ଟି ପଦକ ମଧ୍ୟରୁ ୧୧୦ଟି ସ୍ୱର୍ଣ୍ଣ, ୬୯ଟି ରୌପ୍ୟ ଓ ୩୫ଟି ବ୍ରୋଞ୍ଜ ପଦକ ରହିଛି। ସେହିପରି ନେପାଳ ୪୩ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୬୫ଟି ବ୍ରୋଞ୍ଜ ପଦକ ଜିତିଛି।

Related posts

ୱାର୍ଲ୍ଡ ବକ୍ସିଂ ଚମ୍ପିୟନସିପର ସେମିଫାଇନାଲରେ ମ୍ୟାରୀ

Odisha Sports Bureau

ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ

Odisha Sports Bureau

ଆଜିଠାରୁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା

Odisha Sports Bureau