More Sports

ଦୁତୀଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ, ପଞ୍ଜାବ ଜିତିଲା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ପ୍ରଥମ ଟାଇଟଲ୍

(ଓଡିଶା ସ୍ପୋର୍ଟସ): ଭାରତର ଦୌଡ ରାଣୀ ଦୁତୀ ଚାନ୍ଦ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ୍ ରେ ନିଜର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି । ସେ ୧୦୦ମିଟର ଦୌଡରେ ସ୍ୱର୍ଣ୍ଣ ଜିତିବା ପରେ ଗତ କାଲି ୨୦୦ ମିଟର ଦୌଡରେ ମଧ୍ୟ ପଦକ ନିଜ ନାମରେ କରିନେଇଛନ୍ତି । ୨୪ ବର୍ଷିୟ ଦୁତୀ କଲିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିର ପ୍ରତିନିଧିତ୍ୱ କରି ୨୩.୬୬ ସେକେଣ୍ଡର ସମୟ ବାହାରକରିଛନ୍ତି । ମୁମ୍ବାଇ ବିଶ୍ୱବିଦ୍ୟାଳୟର କିର୍ତ୍ତୀ ବିଜୟ ଭୋଇ ୨୪.୯୮ସେକେଣ୍ଡ ସମୟ ସହିତ ରୌପ୍ୟ ପଦକ ଜିତିଛନ୍ତି । ୧୦୦ ମିଟର ବିଭାଗରେ ଦୁତୀ ୧୧.୪୯ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ । ପ୍ରଥମଥର ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ୍ ସମାପନରେ ଚଣ୍ଡିଗଡର ପଞ୍ଜାବ ବିଶ୍ୱବିଦ୍ୟାଳୟ ବିଜେତା ହୋଇଛି ଏବଂ ଟାଇଟଲ୍ ନିଜ ନାମରେ କରିଛି ।

Related posts

ବର୍ଷର ଶ୍ରେଷ୍ଠ ଖେଳାଳୀ ଅମିତ

Odisha Sports Bureau

ରୋଲ ମଡେଲଙ୍କୁ ଘାରିଛି ମଡେଲିଂ ନିଶା

Odisha Sports Bureau

ସୁଟର ରବି କୁମାର ଏବଂ ବକ୍ସର ସୁମିତଙ୍କ ଉପରେ ୱାଡାର ପ୍ରତିବନ୍ଧକ

Odisha Sports Bureau