More Sports

ଦୁତୀଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ, ପଞ୍ଜାବ ଜିତିଲା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ପ୍ରଥମ ଟାଇଟଲ୍

(ଓଡିଶା ସ୍ପୋର୍ଟସ): ଭାରତର ଦୌଡ ରାଣୀ ଦୁତୀ ଚାନ୍ଦ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ୍ ରେ ନିଜର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି । ସେ ୧୦୦ମିଟର ଦୌଡରେ ସ୍ୱର୍ଣ୍ଣ ଜିତିବା ପରେ ଗତ କାଲି ୨୦୦ ମିଟର ଦୌଡରେ ମଧ୍ୟ ପଦକ ନିଜ ନାମରେ କରିନେଇଛନ୍ତି । ୨୪ ବର୍ଷିୟ ଦୁତୀ କଲିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିର ପ୍ରତିନିଧିତ୍ୱ କରି ୨୩.୬୬ ସେକେଣ୍ଡର ସମୟ ବାହାରକରିଛନ୍ତି । ମୁମ୍ବାଇ ବିଶ୍ୱବିଦ୍ୟାଳୟର କିର୍ତ୍ତୀ ବିଜୟ ଭୋଇ ୨୪.୯୮ସେକେଣ୍ଡ ସମୟ ସହିତ ରୌପ୍ୟ ପଦକ ଜିତିଛନ୍ତି । ୧୦୦ ମିଟର ବିଭାଗରେ ଦୁତୀ ୧୧.୪୯ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ । ପ୍ରଥମଥର ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ୍ ସମାପନରେ ଚଣ୍ଡିଗଡର ପଞ୍ଜାବ ବିଶ୍ୱବିଦ୍ୟାଳୟ ବିଜେତା ହୋଇଛି ଏବଂ ଟାଇଟଲ୍ ନିଜ ନାମରେ କରିଛି ।

Related posts

ଭାରତୀୟ ଟିମର ଚୟନ ନୂଆ କମିଟି କରିବ: ସୌରଭ ଗାଙ୍ଗୁଲି

‘ଖେଲୋ ଇଣ୍ଡିଆ’ଆପ ଦ୍ୱାରା କ୍ରୀଡ଼ା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେ

Odisha Sports Bureau

ହୁଇଲ ଚେୟାର ଫେନସିଂରେ ୩ ଓଡ଼ିଆ ପ୍ରତିଯୋଗୀ

Odisha Sports Bureau