Cricket

ଧିମା ଓଭର ରେଟ ପାଇଁ କେବଳ କ୍ୟାପଟେନ ନୁହଁନ୍ତି, ପ୍ଳେଇଂ ଇଲେଭନକୁ ମିଳିବ ଦଣ୍ଡ

(ଓଡିଶା ସ୍ପୋର୍ଟ): ଆଇସିସି କ୍ରିକେଟ ଟିମର ନୂଆ ନିୟମ । ଧିମା ଓଭର ରେଟ ପାଇଁ ଏବେ କେବଳ ଅଧିନାୟକ ଦାୟୀ ହେବେ ନାହିଁ, ଦାୟୀ ରହିବେ ପୁରା ପ୍ଲେଇଂ ଇଲେଭେନ୍। ଏଭଳି କିଛି ଅପରାଧ ପାଇଁ ପୁରା ପ୍ଲେଇଂ ଇଲେଭେନର ଅଙ୍କ କାଟିବା ଏବଂ ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ନେଇଛି । ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରୁ ଏହାର ଆରମ୍ଭ ହୋଇଯିବ । ଆଇସିସି କ୍ରିକେଟ ସମିତିର ପ୍ରସ୍ତାବକୁ ତାର ବୋର୍ଡ ମଞ୍ଜୁରୀ ଦେଇସାରିଛି ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ୨୦୧୯ ରୁ ୨୦୨୧ ପର୍ୟ୍ୟନ୍ତ ଚାଲିବ । ଆସନ୍ତା ଅଗଷ୍ଟ ୧ ତାରିଖରୁ ହେବାକୁ ଥିବା ଆସେସ୍ ସିରିଜରୁ ଆରମ୍ଭ ହେବ । ଆଇସିସି ଏହା ଜାରି କରିଛି, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ମ୍ୟାଚରେ ଯଦି କୌଣସି ଦଳ ନିର୍ଦ୍ଧାରିତ ସମୟରେ ଓଭର ପୁରା କରିପାରିବେ ନାହିଁ ତେବେ ପ୍ରତ୍ୟେକ ଓଭର ବଦଳରେ ତାର ଦୁଇ ପ୍ରତିଯୋଗିତା ଅଙ୍କ କଟାଯିବ ।

ଏଥିରେ କୁହାଯାଇଛି ଯେ, ଅଧିନାୟକଙ୍କୁ ଏବେ ନିଲମ୍ୱନ ହେବାକୁ ପଡିବ ନାହିଁ । ସମସ୍ତ ଖେଳାଳି ଏଥିପାଇଁ ସମାନ ଭାବେ ଦାୟୀ ରହିବେ ଏବଂ ସମାନ ଦଣ୍ଡ ମିଳିବ । ପୂର୍ବ ନିୟନ ଅନୁଯାୟୀ ଗୋଟିଏ ବର୍ଷରେ ଦୁଇଥର ଧିମା ଓଭର ରେଟ ଅପରାଧ ହେଲେ ଅଧିନାୟକଙ୍କୁ ନିଳମ୍ୱିତ କରିଦିଆଯାଇଥାଏ ।

Related posts

ଆନିମଲ୍ ଲୁକ୍ ରେ ଥାଲ୍ଲା : ଭାଇରାଲ ହେଉଛି ମାହିଙ୍କ ନୂଆ ଭିଡିଓ

Odisha Sports Bureau

ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ

Odisha Sports Bureau

ଭାରତୀୟ କ୍ରିକେଟରେ ଦେଓଧର ଟ୍ରଫିର ମହତ୍ତ୍ୱ କ’ଣ?

Odisha Sports Bureau