Cricket

ନ୍ୟୁଜିଲାଣ୍ଡର ଧୂଆଁଧାର ବ୍ୟାଟିଂ , ୨୨୦ରନର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମେ ଘରୋଇ ଦଳ ବ୍ୟାଟିଂ ଆରମ୍ଭ କରିଥିଲା । ଭାରତୀୟ ଦଳ ଆଗରେ ନ୍ୟୁଜିଲାଣ୍ଡ ଟିମ ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ଛିଡ଼ା କରିଛି।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ନ୍ୟୁଜିଲାଣ୍ଡର ଦୁଇ ଓପ୍ନର ସବୁ ବୋଲର୍ଙ୍କୁ ନିର୍ଧୁମ ପ୍ରହାର କରି ଧୂଆଁଧାର ରନ୍ ସଂଗ୍ରହ କରିଥିଲେ ।

ଟିମ୍ ସିଫର୍ଟ ଓ କଲିନ ମନରୋ ମାତ୍ର ୮.୨ ଓଭରରେ ୮୬ ରନ୍ ସଂଗ୍ରହ କରିଥିଲେ । କ୍ରୁନାଲ ପାଣ୍ଡ୍ୟା ମନରୋଙ୍କୁ ୩୪ ରନ୍ (୨୦ ବଲ୍, ୨ ଚୌକା ଓ ୨ ଛକା)ରେ ଆଉଟ୍ କରି ଓପନିଂ ଯୋଡ଼ି ଭାଙ୍ଗିଥିଲେ । ସିଫର୍ଟ କିନ୍ତୁ ଦ୍ରୁତ ରନ୍ ସଂଗ୍ରହ କରି ଚାଲିଥିଲେ ଏବଂ ବ୍ୟକ୍ତିଗତ ଭାବେ ମାତ୍ର ୪୩ ବଲ୍ରେ ୮୪ ରନ୍ କରି ଖଲିଲ ଅହମଦଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହା ତାଙ୍କର ପ୍ରଥମ ଟି-୨୦ ଅର୍ଦ୍ଧଶତକ । ସେ ତାଙ୍କ ଇନିଂସ୍ରେ ୬ଟି ଛକା ଓ ୭ଟି ଚୌକା ମାରିଥିଲେ । ପରେ ଅଧିନାୟକ କେନ୍ ଓ୍ଵଲିୟମସନ୍ ୨୨ ବଲ୍ରୁ ୩୪ ରନ୍ କରିଥିଲେ । ଏମାନଙ୍କ ପରେ ରଜ୍ ଟେଲର୍ ୧୪ ବଲ୍ରେ ୨୨ ରନ୍ ଏବଂ ସ୍କଟ୍ କୁଗେଲିଇନ୍ ଅପରାଜିତ ୨୦ ରନ୍ (୭ ବଲ୍, ୩ ଚୌକା ଓ ୧ ଛକା) କରିଥିଲେ । ଭାରତ ପକ୍ଷରୁ ୫ ଜଣ ବୋଲର ଭାଗ କରି ଓ୍ଵିକେଟ୍ ସବୁ ନେଇଥିଲେ ।

Related posts

କ୍ରିକେଟ କ୍ଷେତ୍ରରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ, ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଜାତୀୟ ଶିଶୁ ପୁରସ୍କାର ପାଇଲେ

Odisha Sports Bureau

ପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

ବିରାଟ, ରୋହିତ କଳି: ମଧ୍ୟସ୍ଥତା କରିବ ବିସିସିଆଇ

Odisha Sports Bureau