Cricket

‘ନ୍ୟୁଜିଲ୍ୟାଣ୍ଡର୍ ଅଫ୍ ଦି ଇଅର’ସମ୍ମାନରେ ସମ୍ମାନିତ ହେବେ ବ୍ରେନ ଷ୍ଟୋକ୍ସ

(ଓଡିଶା ସ୍ପୋର୍ଟସ୍): ଆଇସିସି ବିଶ୍ୱକପ୨୦୧୯ରେ ନ୍ୟୁଜିଲ୍ୟାଣ୍ଡକୁ ମାତ ଦେଇ ପ୍ରଥମ ଥର ପାଇଁ ଇଂଲଣ୍ଡ ବିଶ୍ୱବିଜୟୀ ହେଇଛି । ଏହା ପରେ ୨୦୧୯ କିକ୍ରେଟ ବିଶ୍ୱକପ ବିଜେତା ଇଂଲଣ୍ଡ ଦଳର ସଦସ୍ୟ ବେନ୍ ଷ୍ଟୋକ୍ସ ‘ନ୍ୟୁଜିଲ୍ୟାଣ୍ଡର୍ ଅଫ୍ ଦି ଇୟର’ ସମ୍ମାନରେ ସମ୍ମାନିତ ହେବେ। ଖାଲି ବ୍ରେନ ଷ୍ଟୋକ୍ସ ନୁହଁନ୍ତି,ଖାଲି ବେନ୍ ଷ୍କୋକ୍ସ ନୁହନ୍ତି, କିଓ୍ୱି ଟିମ୍ ଅଧିନାୟକ କେନ୍ ଓ୍ୱିଲିୟମସନ୍ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହେବେ। ଆଓ୍ୱାର୍ଡ କମିଟି ଅଧ୍ୟକ୍ଷ କ୍ୟାମରୁନ୍ ବେନେଟ୍ ଏ ଘୋଷଣା କରିଛନ୍ତି।
ଏହି ପୁରସ୍କାର ଘୋଷଣା ପୂର୍ବରୁ ଇଂଲଣ୍ଡର ଆଗାମୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ବେରିସ ଜନସନ ଏବଂ ଜେରେମି ହଣ୍ଟ ସଙ୍କେତ ଦେଇସାରିଥିଲେ ଯେ ଇଂଲଣ୍ଡ ଦଳକୁ ବିଶ୍ୱକପ ଜିତାଇଥିବାରୁ ବେନ୍ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ‘ନାଇଟହୁଡ୍ ସମ୍ମାନ’ରେ ସମ୍ମାନିତ କରାଯିବ।
ସବୁଠୁ ବଡ଼ କଥା ହେଲା, ନ୍ୟୁଜିଲ୍ୟାଣ୍ଡ ଟିମ୍ ଫାଇନାଲରେ ହାରିଥିଲେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ସରକାର ଅସହିଷ୍ଣୁ ହୋଇ ନାହାନ୍ତି ଓ ତାଙ୍କ ଦେଶର ମୂଳ ନାଗରିକ ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ ମଧ୍ୟ ତାଙ୍କୁ ସମ୍ମାନିତ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି।

Related posts

ଦ୍ୱିତୀୟ ମ୍ୟାଚ ପୂର୍ବରୁ କୋର୍ଟରେ ମାମଲା ରୁଜୁ

Odisha Sports Bureau

ଆଇପିଏଲର ୧୦ମ ମ୍ୟାଚରେ ମୁହାଁ ମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ କେଲକାତା ନାଇଟ ରାଇଡର୍ସ

Odisha Sports Bureau

ପରାଜୟ ପରେ ମହମ୍ମଦ ଶାମ୍ମିଙ୍କୁ ଆଲିଙ୍ଗନ କଲେ ମୋଦି; ଡ୍ରେସିଂ ରୁମରେ ଭାବବିହ୍ୱଳର ଚିତ୍ର

Odisha Sports Bureau