Cricket

ନ୍ୟୁଜିଲ୍ୟାଣ୍ଡ ଦଳ ଅଲଆଉଟ, ଭାରତ ଆଗରେ ୨୪୪ ରନ୍ ର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୨୪୩ ରନ୍ କରିଛି। ଦଳ ୪୯ ଓଭରରେ ଅଲ୍ଆଉଟ ହୋଇଯାଇଥିଲା।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଏବଂ ମହମ୍ମଦ ଶାମି ଘାତକ ବୋଲିଂ କରି ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ଭୁବନେଶ୍ୱର ୨ଟି ଏବଂ ଶାମି ୩ଟି ୱିକେଟ୍ ନେଇଛନ୍ତି। ସେହିପରି ୟୁଜବେନ୍ଦର ଚହଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦୁଇଟି ଲେଖାଏ ୱିକେଟ୍ ମିଳିଛି। କେଦାର ଯାଦବ ଏବଂ କୁଲଦୀପ ଯାଦବଙ୍କୁ କୌଣସି ୱିକେଟ୍ ମିଳି ନଥିଲା।

ଦଳ ପକ୍ଷରୁ ରସ୍ ଟେଲର ସର୍ବାଧିକ ୯୩ ରନ୍ କରିଥିବା ବେଳେ ଟମ୍ ଲାଥାମ୍ ୫୧ ଓ ଅଧିନାୟକ କେନ୍ ୱିଲିୟମସନ୍ ୨୮ ରନ୍ କରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଅନ୍ୟମାନେ ୧୨, ୧୩, ୧୫ ଓ ୭ ରନ୍ କରି ଆଉଟ୍ ହୋଇଯାଇଥିଲେ।
୨-୦ରେ ପଛୁଆ ଥିବା ନ୍ୟୁଜିଲ୍ୟାଣ୍ଡ ଟିମ୍ ଏହି ମ୍ୟାଚ୍ ଜିତି ସିରିଜ୍କୁ ଫେରିବା ଲକ୍ଷ୍ୟରେ ରହିଛି।

Related posts

ଦିଲ୍ଲୀକୁ ହରାଇ ଶୀର୍ଷରେ ଚେନ୍ନାଇ

ଭାରତକୁ ଭାରତ ପିଚରେ ହରାଇବା ସହଜ ନୁହେଁ

Odisha Sports Bureau

କରୋନା ପାଇଁ ଭାରତରେ ହେବନାହିଁ କୌଣସି କିକ୍ରେଟ ମ୍ୟାଚ

Odisha Sports Bureau