Cricket

ପଂଜାବ ବିରୋଧରେ ପ୍ରତିଶୋଧ ନେବା ଲକ୍ଷରେ ମୁମ୍ବାଇ

(ଓଡିଶା ସ୍ପୋର୍ଟ): ଆଜି ମୁମ୍ବାଇ ଏବଂ ପଞ୍ଜାବ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା । ୱାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ଯାହା ମୁମ୍ବାଇର ହୋମ ଗ୍ରାଉଣ୍ଡ । ଦୁଇ ଦଳ ମଧ୍ୟରେ ମୋହାଲିରେ ଖେଳାଯାଇଥିବା ଗତ ମ୍ୟାଚରେ ପଂଜାବ ୮ ୱିକେଟରେ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁମ୍ବାଇ ଗତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଏବଂ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା । ଫଳରେ ଦଳର ମନୋବଳ ବୃଦ୍ଧି ପାଇଛି । ଦଳର କିରନ ପୋଲାର୍ଡ ଏବଂ ହାର୍ଦିକ ପଣ୍ଡ୍ୟା ଭଲ ଫର୍ମରେ ଅଛନ୍ତି । ଦଳ ପାଖରେ ଜସପ୍ରିତ ବୁମରାହ ଏବଂ ଜାସନ ବେହେରନଡ୍ରୋଫଙ୍କ ଭଳି ଦ୍ରୁତ ବୋଲର ରହିଛନ୍ତି ।

ପଏଂଟ ତାଲିକାରେ ପଂଜାବ ତୃତୀୟ ସ୍ଥାନରେ ରହିଛି ।ପଂଜାବର ବ୍ୟାଟିଂ ଦାୟିତ୍ୱ କେଏଲ ରାହୁଲ, ମୟଂକ ଅଗ୍ରୱାଲ ଏବଂ କ୍ରିସ ଗେଲଙ୍କ ଉପରେ ନିର୍ଭର କରେ । ଏହି ମ୍ୟାଚ ସଂଧ୍ୟା ୮ଟାରେ ଖେଳାଯିବ ।

Related posts

ମ୍ୟାଚ ମଝିରେ ରୋହିତଙ୍କୁ କୁଣ୍ଢାଇ ପକାଇଲେ ଫ୍ୟାନ

Odisha Sports Bureau

ପିତା ହେବାକୁ ଯାଉଛନ୍ତି ଇଶାନ୍ତ ଶର୍ମା; ପତ୍ନୀ ପ୍ରତୀମା ସିଂ ଫଟୋ ସେୟାର କରି ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର

Odisha Sports Bureau

ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା; ବ୍ୟକ୍ତିଗତ କାରଣରୁ ମଇଦାନ ଛାଡିଲେ ମିଚେଲ ମାର୍ଶ

Odisha Sports Bureau

Leave a Comment