Cricket

ପ୍ରଥମ ମହିଳା ରେଭରୀ ଜିଏସ ଲକ୍ଷ୍ମୀ

(ଓଡିଶା ସ୍ପୋର୍ଟସ):  କ୍ରିକେଟ୍ ପରିଷଦ (ଆଇସିସି) ଇଭେଣ୍ଟରେ ପ୍ରଥମ ଭାରତୀୟ ମହିଳା ରେଫରୀ ହୋଇଛନ୍ତି ଜିଏସ୍ ଲକ୍ଷ୍ମୀ । ଗୁରୁବାର ଆଇସିସି ପକ୍ଷରୁ ପୁରୁଷ ଟି-୨୦ ବିଶ୍ୱକପ୍ କ୍ୱାଲିଫାୟରର ଲିଗ୍ ପର୍ୟ୍ୟାୟ ପାଇଁ ମ୍ୟାଚ୍ ଅଫିସିଆଲ୍ସର ତାଲିକା ଘୋଷଣା କରିଛି। ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ୟାପଟେନ୍ ଜେଫ୍ କ୍ରୋ’ ଓ ଲକ୍ଷ୍ମୀ ଟୁର୍ଣ୍ଣାମେଣ୍ଟ ପାଇଁ ମ୍ୟାଚ୍ ଅଫିସିଆଲ୍ସରେ ସାମିଲ୍ ହୋଇଛନ୍ତି।
ଆଇସିସି ଏଲିଟ୍ ପ୍ୟାନେଲ୍ ରେଫରୀ କ୍ରୋ’ ତିନି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ସମେତ ୪୮୮ ଅନ୍ତର୍ଜାତୀୟ ମ୍ୟାଚରେ ଅଫିସିଆଲ୍ସ ଭାବେ କାମ କରିଛନ୍ତି। ଏହି ଇଭେଣ୍ଟ ପା ଇଁ ଦକ୍ଷିଣ ଆଫ୍ରିକାର ଗେରହାର୍ଡସ୍ ପିନ୍ନାରଙ୍କୁ ତୃତୀୟ ମ୍ୟାଚ୍ ରେଫରୀ ରହିଛନ୍ତି। ସେହିପରି ଏହି ତାଲିକାରେ ମୋଟ ୧୨ଜଣ ଅମ୍ପାୟାର ଅଛନ୍ତି। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ କ୍ୱାଲିଫାୟର୍ ୨୦୧୯ର ଆୟୋଜନ ଚଳିତମାସ ୧୮ରୁ ନଭେମ୍ବର ୨ ତାରିଖ ପର୍ୟ୍ୟନ୍ତ ୟୁଏଇରେ ହେବ।

Related posts

୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେ

Odisha Sports Bureau

ଏସୀୟ କ୍ରୀଡା କ୍ରିକେଟରେ ଇତିହାସ ରଚିଲା ନବାଗତ ନେପାଳ

Odisha Sports Bureau

ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ୱେଷ୍ଟ ଇଣ୍ଡିଜ

Odisha Sports Bureau