Cricket

ପ୍ୟାଟ୍ କମିନ୍ସଙ୍କୁ ୨୦.୫୦ କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ

ଆଇପିଏଲ୍ ୨୦୨୪ ପାଇଁ ଦୁବାଇ ଠାରେ ନିଲାମି ଆମ୍ଭ ହୋଇ ଯାଇଛି । ଏହି ନିଲାମରେ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆର କ୍ରିକେଟ ଟିମର ଅଲରାଉଣ୍ଡର ପ୍ୟାଟ୍ କମିନ୍ସ। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦କୋଟି ୫୦ଲକ୍ଷ ଟଙ୍କାରେ କିଣି ନେଇଛୀ । ଏହି ନିଲାମି ପରେ ଆଇପିଏଲ୍ ଇତିହାସରେ କମିନ୍ସ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି। ପ୍ୟାଟ୍ କମିନ୍ସଙ୍କ ବେସ୍ ପ୍ରାଇସ୍ ୨କୋଟି ଥିବା ବେଳେ ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦କୋଟି ୫୦ଲକ୍ଷରେ କିଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିଲାମର ପ୍ରଥମ ରାଉଣ୍ଡରେ ୱେଷ୍ଟ ଇଣ୍ଡିଜ୍ ଖେଳାଳି ରୋମାନ୍ ପାୱେଲଙ୍କ ଉପରେ ପ୍ରଥମ ବିଡ୍ କରାଯାଇଥିଲା, ଯାହାଙ୍କୁ ୭.୪୦କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ ଦଳରେ ଅନ୍ତର୍ଭୁକ୍ତ କରିଥିଲା। ଏହା ପରେ ଇଂଲଣ୍ଡର କ୍ରିକେଟର ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୪କୋଟି ଟଙ୍କାରେ କିଣିଥିଲା। ସେହିଭଳି ଅଷ୍ଟ୍ରେଲିଆର କ୍ରିକେଟର ଟ୍ରାଭିସ୍ ହେଡ ଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୬.୮କୋଟି ଟଙ୍କାରେ କିଣିଥିବା ବେଳେ ଦକ୍ଷିଣ ଆଫ୍ରିକାର କ୍ରିକେଟର ଜେରାଲଡ୍ କୋଟଜି ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୫କୋଟିରେ କିଣି ନେଇଛି । ସେହିପରି ଭାରତୀୟ କ୍ରିକେଟର ଶାର୍ଦୁଲ ଠାକୁରଙ୍କୁ ଚେନ୍ନାଇ ସୁପର କିଙ୍ଗସ ୪କୋଟିରେ କିଣି ନେଇଥିବା ବେଳେ ନ୍ୟୁଜିଲାଣ୍ଡ କ୍ରିକେଟର ରାଚିନ୍ ରବିନ୍ଦ୍ରଙ୍କୁ ୧.୮କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ। ତେବେ ଏଥର ୭୭ଟି ସ୍ଲଟ ପାଇଁ ନିଲାମରେ ସମୁଦାୟ ସାମିଲ ହୋଇଛନ୍ତି ୩୩୩ଜଣ ଖେଳାଳି ।

Related posts

ସଫଳ ହୋଇଛି ଶାମିଙ୍କ ସର୍ଜରୀ , ମେଡିକାଲରୁ ସେୟାର କଲେ ଫଟେରା

Odisha Sports Bureau

ବିସିସିଆଇ ସଭାପତି ପଦରୁ ଇସ୍ତଫା ଗୁଜବକୁ ଖଣ୍ତନ କଲେ ସୌରଭ ଗାଙ୍ଗୁଲି

Odisha Sports Bureau

ସ୍ମୃତି ମନ୍ଧାନାଙ୍କୁ ୩କୋଟି ୪୦ ଲକ୍ଷରେ କିଣିଲା ଆରସିବି

Odisha Sports Bureau