Cricket

ଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ସିରିଜ ପାଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରି ସାରିଥିବା ବେଳେ ଟିମ ଇଣ୍ଡିଆ ଆଜି ଦଳ ଘୋଷଣା କରିଛି । ଏହି ସିରିଜରେ ଏକ ବଡ ପରିବର୍ତ୍ତନ କରାଯାଇଛି । ଟି-୨୦ ପରେ ଦିନିକିଆ ଦଳରେ ବି ଅଧିନାୟକ ପଦ ପାଇଛନ୍ତି ରୋହିତ ଶର୍ମା । ଏଥି ସହ ଟେଷ୍ଟ କ୍ରିକେଟରେ ମଧ୍ୟ ରୋହିତଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲୀଙ୍କ ନେତୃତ୍ୱରେ ୧୮ ଜଣିଆ ଦଳ ଦକ୍ଷିଣ ଆଫ୍ୟିକା ଗସ୍ତ କରିବେ । ଏହି ସିରିଜରୁ ରାହୁଲ, ଶୁଭମନ ଗିଲ, ଅକ୍ଷର ପଟେଲଙ୍କ ସମେତ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଆଘାତ କାରଣରୁ ବାଦ ପଡିଛନ୍ତି । ସେମାନଙ୍କ ସ୍ଥାନରେ ନବଦୀପ ସୈନୀ, ସୌରଭ କୁମାର, ଦୀପକ ଚହର ଏବଂ ଅର୍ଜନ ନାଗୱାସଲା ଷ୍ଟାଣ୍ଡବାଏ ଖେଳାଳୀ ଭାବେ ଦଳ ସାଥୀରେ ରହିବେ ।

ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କେ ରାହାଣେ, ଶ୍ରେୟସ ଆୟର, ହନୁମା ବିହାରୀ, ଋଷଭ ପନ୍ତ, ରିଦ୍ଧିମାନ ଶାହା, ଆର ଅଶ୍ୱିନୀ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଜଶପ୍ରୀତ ବୁମ୍ରା, ଶାର୍ଦ୍ଦୁଳ ଠାକୁର ଏବଂ ମହମ୍ମଦ ସିରାଜ ।

Related posts

ସ୍ଲୋ ଓଭର ରେଟ୍ ନେଇ BCCI ହାର୍ଦ୍ଦିକ ପାଣ୍ଡ୍ୟା ଉପରେ ବ୍ୟାନ୍

ଆଇସିସି ଓ ଓପୋ ମଧ୍ୟରେ ପାର୍ଟନରସିପ ବୃଦ୍ଧି

Odisha Sports Bureau

ମହିଳା T-20 ବିଶ୍ୱକପ: ଭାରତ ଏବଂ ପାକିସ୍ଥାନ ମଧ୍ୟରେ କେଉଁ ଦିନ ହେବ ଲଢେଇ

Odisha Sports Bureau