Hockey

ଫ୍ରାନ୍ସ ‘ଏ’କୁ ମାତ ଦେଇ ଭାରତ ‘ଏ’ର କ୍ରମାଗତ ତୃତୀୟ ବିଜୟ

(ଓଡିଶା ସ୍ପୋର୍ଟ): ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଭାରତୀୟ ମହିଳା ହକି ଦଳ ଓ ଫ୍ରାନ୍ସ ମଧ୍ୟରେ ଚତୁର୍ଥ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଘରୋଇ ଭାରତ ‘ଏ’ର କ୍ରମାଗତ ତୃତୀୟ ବିଜୟ ହୋଇଥିଲା। ଭ୍ରମଣକାରୀ ଫ୍ରାନସ ଦଳ କେବଳ ପ୍ରଥମ ମ୍ୟାଚକୁ ୧-୦ ଗୋଲରେ ଜିତିଥିଲା ବେଳେ ଦମଦାର ପ୍ରତ୍ୟାବର୍ତନ କରି ଭାରତ ପରବର୍ତୀ ୩ ମ୍ୟାଚକୁ ଜିତି ୩-୧ରେ ୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ନିଜ ନାମରେ କରିନେଇଛି। ଦ୍ବିତୀୟ ମ୍ୟାଚକୁ ୩-୨, ତୃତୀୟ ମ୍ୟାଚକୁ ୨-୦ରେ ଜିତିଥିବା ଭାରତ ବୁଧବାର ଚତୁର୍ଥ ମ୍ୟାଚକୁ ମଧ୍ୟ ୨-୦ ଗୋଲରେ ଜିତିନେଲା। ଜ୍ୟୋତି (୨୬ ମିନିଟ) ଓ ଗଗନଦୀପ୍ କୌର (୩୨ ମିନିଟ) ଭାରତ ପାଇଁ ଗୋଲ ଦୁଇଟି କରିଥିଲେ। ଦଳର ଏହି ପ୍ରଦର୍ଶନରେ ପ୍ରଶିକ୍ଷକ ବଲ୍ଜିତ ସିଂହ ଖୁବ୍ ଖୁସୀ ହୋଇଛନ୍ତି।

Related posts

୧୧ ହଜାର ହକି ଷ୍ଟିକ ,୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ବାଣ୍ଟିବ ହକି ଇଣ୍ଡିଆ

ହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟର

Odisha Sports Bureau

ଜାତୀୟ ବାଳିକା ହକି ପ୍ରତିଯୋଗିତା : ୫ଟି ମ୍ୟାଚରେ ୬୧ଗୋଲ୍

Odisha Sports Bureau