Cricket

ବାରବାଟୀରେ ଡ଼େବ୍ୟୁ କଲେ ନବଦୀପ ସୈନ୍ୟ

(ଓଡ଼ିଶା ସ୍ଫୋର୍ଡ଼ସ ): ବାରବାଟୀ ଦିନିକିଆ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କଲେ ଭାରତୀୟ ପେସ୍‌ ବୋଲର ନବଦୀପ ସୈନୀ। ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚ। ନିଜର କ୍ୟାରିୟରର ପ୍ରଥମ ମ୍ୟାଚ ଖେଳୁଥିବା ଦ୍ରୁତ ବୋଲର ନବଦୀପ ସାଇନି ସମସ୍ତଙ୍କୁ ବେଶ ପ୍ରଭାବିତ କରିଛନ୍ତି । ସେ ଏପର୍ୟ୍ୟନ୍ତ ୬ ଓଭର ବୋଲିଂ କରି ୨୦ ରନ ଦେବାସହ ୨ଟି ଓ୍ଵିକେଟ ନେଇଛନ୍ତି । ସେ ଇଣ୍ଡିଜର ଦୁଇ ଇନ-ଫର୍ମ ବ୍ୟାଟ୍ସମ୍ୟାନ ସିମରନ ହେଟମେୟର ଓ ରୋଷ୍ଟନ ଚେଜଙ୍କ ଓ୍ଵିକେଟ ଦଖଲ କରିଛନ୍ତି । ଏହା ସହିତ ସେ ରବିନ୍ଦ୍ର ଜାଦେଜାଙ୍କ ବଲରେ ଏକ ଚମତ୍କାର କ୍ୟାଚ ନେଇ ଇଣ୍ଡିଜର ଓପନିଂ ବ୍ୟାଟ୍ସମ୍ୟାନ ଏଭିନ ଲୁଇସଙ୍କୁ ଆଉଟ କରିଥିଲେ । ଅନ୍ୟପକ୍ଷରେ ମହମ୍ମଦ ସମି ଓ ରବିନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି । ଏବେ ନିକୋଲାସ ପୁରାନ ଓ କେରନ ପୋଲାର୍ଡ ବ୍ୟାଟିଂ କରୁଛନ୍ତି ।

ଆହତ ସମସ୍ୟା ଯୋଗୁଁ ଦୀପକ ଚହର ଦଳରୁ ବାଦ ପଡ଼ିବା ପରେ ସୈନୀଙ୍କୁ ଦଳରେ ସାମିଲ କରାଯାଇଥିଲା। ବାରବାଟୀ ସେ ତାଙ୍କ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବାରୁ ତାଙ୍କ ପାଇଁ ବାରବାଟୀ ମ୍ୟାଚ ସ୍ମରଣୀୟ ହେବ।

Related posts

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେ ବିଶ୍ବ ବିଜୟୀ ମହିଳା ଟିମ୍

Odisha Sports Bureau

ଆଇପିଏଲରେ ସବୁଠାରୁ କନିଷ୍ଠ ଖେଳାଳି ପ୍ରୟାସ ରାୟ ବର୍ମନ

Odisha Sports Bureau

ପୁରୀରେ ଆୟୋଜିତ ନୂଆ ଓ’ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା

Odisha Sports Bureau