Cricket

ରଣ୍‌ଜୀ ମ୍ୟାଚ୍‌: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ଇନିଂସ ବିଜୟ

(ଓଡ଼ିଶା ସ୍ପୋର୍ଡ଼ସ ): ସ୍ଥାନୀୟ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ସର୍ଭିସେସ୍‌ ବିପକ୍ଷ ରଣ୍‌ଜୀ ମ୍ୟାଚ୍‌କୁ ଓଡ଼ିଶା ଏକ ଇନିଂସ ଓ ୩୧ ରନ୍‌ରେ ଜିତି ନେଇଛି। ଚଳିତ ରଣ୍‌ଜୀ ସିଜନରେ ଏହା ଓଡ଼ିଶାର କ୍ରମାଗତ ଦ୍ୱିତୀୟ ଇନିଂସ ବିଜୟ। ପ୍ରଥମ ଇନିଂସରେ ସର୍ଭିସେସ୍‌ ୨୭୧ ରନ୍‌ କରିଥିବା ବେଳେ ଘରୋଇ ଦଳ ୫୪୦ ରନ୍‌ କରିଥିଲା। ୨୬୯ ରନ୍‌ରେ ପଛୁଆ ଥିବା ସର୍ଭିସେସ ଦ୍ୱିତୀୟ ଇନିଂସରେ ମଧ୍ୟ ଓଡ଼ିଆ ବୋଲରଙ୍କ ଉଚିତ ସମ୍ମୁଖୀନ ହୋଇପାରି ନ ଥିଲେ। ଶୁକ୍ରବାର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୮୩/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ସର୍ଭିସେସ ୨୩୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ବିକାଶ ହାଥଓ୍ବାଲ ୭୧ ଓ ଅରୁଣ ବମଲ ୪୦ ରନ୍‌ କରିଥିଲେ। ଓଡ଼ିଶା ପାଇଁ ରାଜେଶ ମହାନ୍ତି ଓ ଅଭିଷେକ ରାଉତ ୩ଟି ଲେଖାଏଁ ଉଇକେଟ ହାତେଇଥିବାବେଳେ ଦେବବ୍ରତ ପ୍ରଧାନ ୨ ଓ ଶାନ୍ତନୁ ମିଶ୍ର ଗୋଟିଏ ଉଇକେଟ ହାସଲ କରିଛନ୍ତି। ଦେବାଶିଷ ସାମନ୍ତରାୟଙ୍କ ୧୯୫ ରନ୍‌ର ଇନିଂସ ଖେଳିବା ମ୍ୟାଚ୍‌ର ସବୁଠୁ ଉଲ୍ଲେଖନୀୟ ଘଟଣା ଥିଲା। ଏହି ବିଜୟ ସହ ଓଡ଼ିଶାକୁ ସମ୍ପୂର୍ଣ୍ଣ ୭ ପଏଣ୍ଟ ମିଳିଛି। ଏଥିସହିତ ଏଲିଟ ଗ୍ରୁପ ସି’ରେ ୨ ମ୍ୟାଚ୍‌ରୁ ୧୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ହରିୟାଣା ଦଳ ସମାନ ସଂଖ୍ୟକ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି।

Related posts

ଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅ

Odisha Sports Bureau

୪ ବଲରେ ୪ ଉଇକେଟ , ମାଲିଙ୍ଗା ଇତିହାସର ପ୍ରଥମ ବୋଲର

Odisha Sports Bureau

ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ମୁହଁ ଖୋଲିଲେ ରୋହିତ ଶର୍ମା

Odisha Sports Bureau