Cricket

ବିରାଟଙ୍କ ବିଜୟ ପରେ ଲାଗିଲା ଝଟକା

(ଓଡିଶା ସ୍ପୋର୍ଟ): ଆଇପିଏଲରେ ଲଗାତାର ୬ଟି ମ୍ୟାଚରେ ପରାଜୟ ପରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଥମ ବିଜୟ ହାସଲ କରିଛି । ବିରାଟଙ୍କ ଦଳ ପ୍ରଥମ ବିଜୟ ହାସଲ ପରେ ସେଲିବ୍ରେଟ କରୁଥିବା ବେଳେ ବିରାଟ କୋହଲିଙ୍କୁ ବଡ ଝଟକା ଲାଗିଛି। ବିରାଟ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଲଗାଯାଇଛି। ଗତକାଲି ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ ବିପକ୍ଷରେ ଧିମା ବୋଲିଂ ରେଟ୍ ପାଇଁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟଙ୍କ ଉପରେ ଏହି ଫାଇନ୍ ଲାଗିଛି।

ଆଇପିଏଲର ଆଚାର ସଂହିତା ଅନୁଯାୟୀ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଏହା ପ୍ରଥମ ଅପରାଧ ଥିଲା । ଏହି କାରଣରୁ ବିରାଟଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଲଗାଯାଇଛି। ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ଥିବା ଆରସିବି ପଞ୍ଜାବ ବିପକ୍ଷରେ ଦମଦାର ପ୍ରଦର୍ଶନ କରିବା ସହିତ ୮ ୱିକେଟରେ ବିଜୟ ହାସଲ କରିଥିଲା।

Related posts

ଶାହିଦ ଆଫ୍ରିଦି ସରକାରଙ୍କ ପ୍ରଶଂସା କରିବା ପଡିଲା ମହଙ୍ଗା

ଆଫଗାନିସ୍ତାନରୁ ପରାସ୍ତ ହେବା ପରେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନା କଲେ ୱାସିମ ଅକ୍ରମ

Odisha Sports Bureau

ୟୋ-ୟୋ ଟେଷ୍ଟ ସ୍କୋର କରିବା ବିରାଟଙ୍କୁ ପଢିଲା ମହଙ୍ଗା

Odisha Sports Bureau