Cricket

ବିରାଟ, ରୋହିତ କଳି: ମଧ୍ୟସ୍ଥତା କରିବ ବିସିସିଆଇ

(ଓଡିଶାସ୍ପୋର୍ଟ): ଆଇସିସି ବିଶ୍ୱକପ୍‌ର ସେମି ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ପରାଜୟ ପରେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି ଓ ଭାଇସ୍‌ କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଛି । ଦଳର ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଦେଖାଦେଇଥିବା ମତାନ୍ତରକୁ ନେଇ ବିଭିନ୍ନ ଭାବରେ ମତ ପ୍ରକାଶ ପାଇଛି । ତେଣୁ ଉଭୟଙ୍କ ମଧ୍ୟରେ ଥିବା ଦୂରତାକୁ କମ କରିବା ଲକ୍ଷ୍ୟରେ ବିସିସିଆଇ ପ୍ରୟାସ ଆରମ୍ଭ କରିଛି । ବିସିସିଆଇ ସିଇଓ ରାହୁଲ ଜୋହରି ଏଥିନେଇ ଉଭୟ ଖେଳାଳିଙ୍କୁ ଭେଟିବାର ସୂଚନା ରହିଛି। ଏହି ଆଲୋଚନା ବୈଠକରେ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଉପସ୍ଥିତ ରହିବେ ।
ସୂଚନାଯୋଗ୍ୟ, ବିଶ୍ୱକପ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଫାଇନାଲ୍‌କୁ ନଯାଇପାରିବା ନେଇ ଉଭୟ ବିରାଟ ଓ ରୋହିତ ପରସ୍ପରକୁ ଦୋଷ ଦେଇଥିଲେ। ଏପରିକି ରୋହିତ ଶର୍ମା ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟରୁ ବିରାଟଙ୍କୁ ଅନ୍‌ଫଲୋ କରି ଦେଇଥିଲେ।

Related posts

ବିଶ୍ୱକପ ପୂର୍ବରୁ ଅପଗ୍ରେଡ଼ ହେବ ୭ଟି ଷ୍ଟାଡିୟମ, ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦେବ ବିସିସିଆଇ

ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇ

Odisha Sports Bureau

ଧୋନୀଙ୍କ ନିଆରା ଅନ୍ଦାଜରେ ଟସ୍ ପକାଇବାକୁ ନେଇ ଚର୍ଚ୍ଚା