Cricket

ବିଶ୍ୱକପ ଫାଇନାଲ: କିଏ ହେବ ବିଜେତା?

(ଓଡିଶାସ୍ପୋର୍ଟ): ଆସନ୍ତାକାଲି ୨୦୧୯ ଆଇସିସି ବିଶ୍ୱକପରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଆସନ୍ତାକାଲି ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ୨୦୧୯ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ ୨୦୧୫ ବିଶ୍ୱକପ୍ର ଉପ ବିଜେତା ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।
ନ୍ୟୁଜିଲ୍ୟାଣ୍ଡ କିମ୍ବା ଇଂଲଣ୍ଡ, ଯିଏ ବି ଜିତିବ, ସିଏ ପ୍ରଥମଥର ପାଇଁ ବିଶ୍ୱକପ ଜିତିବ। ଏହି ଦୁଇ ଦଳ ବିଶ୍ୱକପର ୪୪ ବର୍ଷ ଇତିହାସରେ କେବେ ହେଲେ ଫାଇନାଲ ଜିତି ନାହାନ୍ତି। ୨୦୧୫ରେ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ସେହିପରି ଇଂଲଣ୍ଡ ୧୯୯୨ ବିଶ୍ୱକପ ଫାଇନାଲରେ ପାକିସ୍ତାନ ଠାରୁ ହାରି ଯାଇଥିଲା। ତେଣୁ ଉଭୟ ଦଳ ବିଶ୍ୱକପ ଜିତିବା ଲକ୍ଷ୍ୟରେ ରହିବେ। ଇଂଲଣ୍ଡ ୪ର୍ଥଥର ପାଇଁ ବିଶ୍ୱକପ ଫାଇନାଲ ଖେଳୁଛି।
ଆସନ୍ତାକାଲି ଫାଇନାଲ ମ୍ୟାଚରେ ଦୁଇ ଟିମ ମଧ୍ୟରେ ଜବରଦସ୍ତ ଲଢ଼େଇ ହେବ ବୋଲି ଆଶା କରାଯାଉଛି। ଭାରତୀୟ ସମୟ ଅପରାହ୍ନ ୩ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ।

Related posts

ଶିଖର ଧୱନଙ୍କ କ୍ରିକେଟ ଯାତ୍ରାରେ ପଡିଲା ପୂର୍ଣ୍ଣଚ୍ଛେଦ, କ୍ରିକେଟରୁ ଅବସର ଘୋଷଣା କଲେ ଧୱନ

Odisha Sports Bureau

ଜିମ୍ବାୱେ ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ.ଏଲ ରାହୁଲ

Odisha Sports Bureau

୧୨୮ ବର୍ଷପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ସହ ଆହୁରି ୪ଟି ଗେମ

Odisha Sports Bureau