(ଓଡିଶା ସ୍ପୋର୍ଟସ୍): ଆଇସିସି ବିଶ୍ୱକପ ୨୦୧୯ ସରିଛି । ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ବିଦା ହେଲା ଟିମ ଇଣ୍ଡିଆ । ହାରିବା ପରେ ଗୋଟେ ଗୋଟେ ଚର୍ଚ୍ଚା ସାମ୍ମାନକୁ ଆସୁଛି । ପରାଜୟର କାରଣ ଠାରୁ ଆରମ୍ଭ କରି ଧୋନିଙ୍କ ଅବସର ନେବା ଘଟଣା । ଏବେ ପୁଣି ସାମ୍ମାକୁ ଆସିଛି ୧୫ ଭାରତୀୟ ଖେଳାଳିଙ୍କ ବାର୍ଷିକ ଆୟର ଜାରି ହୋଇଛି ଲିଷ୍ଟ । ଏମାନେ ସେହି ଖେଳାଳି ଯେଉଁମାନଙ୍କ ବିଶ୍ବକପରେ ନିଜର ଯୋଗଦାନ କରିଥିଲେ । ଲିଷ୍ଟର ସବୁଠାରୁ ଟପରେ ଅଛନ୍ତି ରୋହିତ ଶର୍ମା। ତାଙ୍କର ବାର୍ଷିକ ଆୟ ହେଉଛି ୭ କୋଟି । ସେହିପରି କ୍ୟାପଟେନ୍ କୋହଲିଙ୍କର ବାର୍ଷିକ ଆୟ ହେଉଛି ୭ କୋଟି । ରୋହିତ ଏବଂ ବିରାଟଙ୍କ ପରେ ଅଛନ୍ତି ଶିଖର ଧୱନ । ଶିଖରଙ୍କ ବାର୍ଷିକ ରୋଜଗାର ୫ କୋଟି ହୋଇଥିବା ବେଳେ ଲୋକେଶ୍ ରାହୁଲଙ୍କର ହେଉଛି ୩ କୋଟି । ତେବେ ଜାଣି ଆଶ୍ଚର୍ୟ୍ୟ ହେବେ ରୋହିତ୍ ଏବଂ ବିରାଟଙ୍କ ପରେ ଅଛନ୍ତି ଧୋନୀ। ମାହିଙ୍କର ବାର୍ଷିକ ଆୟ ହେଉଛି ୫ କୋଟି । ଏପରିକି ଜସପ୍ରିତ ବୁମରାହଙ୍କର ଆୟ ଧୋନୀଙ୍କଠାରୁ ଅଧିକ । ବୁମରାହଙ୍କ ବାର୍ଷିକ ଆୟ ହେଉଛି ୭ କୋଟି ।
ସେହିପରି ଦିନେଶ କାର୍ତ୍ତିକଙ୍କର ଆୟ ୧ କୋଟି ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ୩ କୋଟି, ଜାଡେଜାଙ୍କର ୫ କୋଟି ଏବଂ କେଦାର ଯାଦବଙ୍କର ବାର୍ଷିକ ଆୟ ହେଉଛି ୧ କୋଟି। ମହମ୍ମଦ ସାମୀଙ୍କର ବାର୍ଷିକ ଆୟ ୫ କୋଟି ହୋଇଥିବା ବେଳେ ଭୁବନେଶ୍ବର କୁମାରଙ୍କର ହେଉଛି ୫ କୋଟି ଏବଂ ଯୁଜବେନ୍ଦ୍ର ଚହଲଙ୍କର ୩ କୋଟି ।
୧୯୮୩ରେ ପ୍ରଥମ ଥର ବିଶ୍ବକପରେ କବଜା କରିଥିଲା ଟିମ୍ ଇଣ୍ଡିଆ । କପିଲ ଦେବଙ୍କ ଏହି ଟିମ୍ ସେ ସମୟରେ ଖେଳାଳିଙ୍କୁ ପ୍ରତିଦିନ ୨୦୦ ଟଙ୍କା ଦେଉଥିଲା ବିସିସିଆଇ । ଏହା ସହ ଗୋଟିଏ ମ୍ୟାଚ୍ ଖେଳିବା ପାଇଁ ଫିସ୍ ବାବଦରେ ୧୫୦୦ ଟଙ୍କା ମିଳୁଥିଲା ।