Badminton

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ବିଜେତା ପ୍ରମୋଦଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ରାଶି

 (ଓଡିଶାସ୍ପୋର୍ଟସ) : ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଦୁଇ ଦୁଇଟି ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଖେଳାଳୀ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍‌ଜୁ ତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ଏହା ସହିତ ପୁରସ୍କାର ରାଶି ବାବଦକୁ ତାଙ୍କୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ପ୍ରମୋଦ ଉଭୟ ଯୁଗଳ ଓ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରଥମେ ଯୁଗଳ ବର୍ଗରେ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡ଼ି ଭାରତୀୟ ତାରକା ତରୁଣ-ନିତେଶ କୁମାର ଯୋଡ଼ିଙ୍କୁ ହରାଇଥିଲେ । ତରୁଣ-ନିତେଶ ଯୋଡ଼ିଙ୍କୁ ୧୪-୨୧, ୨୧-୧୫ ଓ ୨୧-୧୬ ସେଟ୍‌ରେ ହରାଇଛି ପ୍ରମୋଦ ଓ ମନୋଜ ସ୍ୱର୍ଣ୍ଣ ପଦ ହାସଲ କରିଥିଲେ । ଏହା ପରେ ପ୍ରମୋଦ ସିଙ୍ଗଲ୍ସରେ ପ୍ରମୋଦ ଇଂଲଣ୍ଡର ଡାନିଆଲ୍‌ ବେଥେଲଙ୍କ ପରାସ୍ତ କରିଥିଲେ । ପ୍ରମୋଦ ଡାନିଆଲ୍‌ଙ୍କୁ ୬-୨୧, ୨୧- ୧୪ ଓ ୨୧-୧୫ ହରାଇ ବିଶ୍ୱ ଚାମ୍ପିୟନ୍‌ସିପ୍‌କୁ ନିଜ ନାଁରେ କରି ନେଇଥିଲେ ।

Related posts

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତ

Odisha Sports Bureau

ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ ସେନ୍‌

Odisha Sports Bureau

ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ସାଇନା,କଶ୍ୟପ ଓ ସୌରଭ ସେମିଫାଇନାଲରେ

Odisha Sports Bureau