Hockey

ପୁଣି କଳିଙ୍ଗ ଷ୍ଟାଡ଼ିୟମରେ ଆଉ ଏକ ଅନ୍ତଜାର୍ତୀୟ ଟୁର୍ଣ୍ଣାମେଣ୍ଟ

(ଓଡିଶାସ୍ପୋର୍ଟସ ): ଓଡ଼ିଶାର କ୍ରୀଡ଼ା ପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୧୮ ପୁରୁଷ ହକି ୱାଲ୍ଡ କପର ସଫଳତା ପରେ ଏବେ ପୁଣି ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିଅମରେ ଆଉ ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିବ । ୧୭ବର୍ଷରୁ କମ ବାଳିକା ବିଶ୍ୱ କପ ଫୁଟ ବଲ ଭେନ୍ୟୁ ତାଲିକାରେ କଳିଙ୍ଗ ଷ୍ଟାଡ଼ିୟମ ଶୀର୍ଷରେ ଥିବା ସୂଚନା ମିଳିଛି । ୨୦୨୦ରେ ୧୭ବର୍ଷରୁ କମ ବାଳିକା ବିଶ୍ୱକପ ଫୁଟବଲ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜନ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ ଫିଫା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ୨୦୧୯ରେ କଳିଙ୍ଗ ଷ୍ଟାଡ଼ିୟମରେ ସଫଳତାର ସହ ମହିଳା ଗୋଲ୍ଡ କପ ଆୟୋଜନ ହୋଇଥିଲା । ଏହାପରେ ୨୦୧୯ ଜାନୁଆରୀରେ ପୁରୁଷ ହକି ସିରିଜ ଫାଇନାଲ ଆୟୋଜିତ ହୋଇଛି ।କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବାରୁ ଏଠାରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଫିଫାଠୁ ନେଇ ଅନ୍ତରାଷ୍ଟ୍ରୀୟ କ୍ରୀଡ଼ା ସଂଗଠନ ଆଗ୍ରହ ପ୍ରକାଶ କରୁଛନ୍ତି । ଯାହା ଓଡ଼ିଶା କ୍ରୀଡ଼ା ପାଇଁ ଏକ ସଫଳତାର ବିଷୟ ପାଲଟିଛି । ପୁରୁଷ ହକି ବିଶ୍ୱକପ ପରେ ଏବେ ଓଡ଼ିଶାର ଫୁଟବଲ ପ୍ରେମୀ କଳିଙ୍ଗ ଷ୍ଟାଡ଼ିୟମରେ ୧୭ବର୍ଷରୁ କମ ବାଳିକା ବିଶ୍ୱ କପ ପରି ଅନ୍ତର୍ଜାତୀୟ ମ୍ୟାଚ ଦେଖିବାର ସୁଯୋଗ ପାଇବେ ।

ଗତବର୍ଷ ପୁରୁଷ ହକି ୱାଲ୍ଡ କପ ସଫଳତା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିଅମକୁ ପୁଣି ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମିଳିଛି । ୧୭ବର୍ଷରୁ କମ ବାଳିକା ବିଶ୍ୱ କପ ଫୁଟ ବଲ ଭେନ୍ୟୁ ତାଲିକାରେ କଳିଙ୍ଗ ଷ୍ଟାଡ଼ିୟମ ଶୀର୍ଷରେ ଥିବା ଫିଫା ପକ୍ଷରୁ ସୂଚନା ମିଳିଛି ।
୨୦୨୦ରେ ୧୭ବର୍ଷରୁ କମ ବାଳିକା ବିଶ୍ୱକପ ଫୁଟବଲ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜନ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ ଫିଫା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । କଳିଙ୍ଗ ଷ୍ଟାଡ଼ିୟମକୁ ଆଉ ଏକ ବିଶ୍ୱକପ ଭଳି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମିଳିବା ରାଜ୍ୟ କ୍ରୀଡ଼ା ପ୍ରେମୀଙ୍କ ମହଲରେ ଖୁସୀର ଲହରୀ ଖେଳିଯାଇଛି । ଏହା ପୂର୍ବରୁ ୨୦୧୯ରେ କଳିଙ୍ଗ ଷ୍ଟାଡ଼ିୟମରେ ସଫଳତାର ସହ ମହିଳା ଗୋଲ୍ଡ କପ ଆୟୋଜନ ହୋଇଥିଲା ।
ବିଶେଷ କରି ୨୦୧୮ରେ ପୁରୁଷ ହକି ବିଶ୍ୱ କପ ସଫଳତାର ସହ ଆୟୋଜନ ପରେ ବିଶ୍ୱର କ୍ରୀଡ଼ା ମାନଚିତ୍ରରେ କଳିଙ୍ଗ ଷ୍ଟାଡ଼ିୟମକୁ ସ୍ୱତନ୍ତ୍ର ପରିଚୟ ମିଳିଛି । ଏହାପରେ ୨୦୧୯ ଜାନୁଆରୀରେ ପୁରୁଷ ହକି ସିରିଜ ଫାଇନାଲ ଆୟୋଜିତ ହୋଇଛି ।କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବାରୁ ଏଠାରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଫିଫାଠୁ ନେଇ ଅନ୍ତରାଷ୍ଟ୍ରୀୟ କ୍ରୀଡ଼ା ସଂଗଠନ ଆଗ୍ରହ ପ୍ରକାଶ କରୁଛନ୍ତି । ଯାହା ଓଡ଼ିଶା କ୍ରୀଡ଼ା ପାଇଁ ଏକ ସଫଳତାର ବିଷୟ ପାଲଟିଛି । ପୁରୁଷ ହକି ବିଶ୍ୱକପ ପରେ ଏବେ ଓଡ଼ିଶାର ଫୁଟବଲ ପ୍ରେମୀ କଳିଙ୍ଗ ଷ୍ଟାଡ଼ିୟମରେ ୧୭ବର୍ଷରୁ କମ ବାଳିକା ବିଶ୍ୱ କପ ପରି ଅନ୍ତର୍ଜାତୀୟ ମ୍ୟାଚ ଦେଖିବାର ସୁଯୋଗ ପାଇବେ ।
ସୂଚନାଯୋଗ୍ୟ ଯେ, ମେ ୨୬ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିଅମରେ ଫିଫାର ଦୁଇ ଜଣିଆ ଟିମ ଆସି ଭିତ୍ତିଭୂମି ତଦାରଖ କରିଥିଲେ ।

Related posts

ବିଜୟ ହାସଲ କରିଛି ଭାରତୀୟ ଦଳ

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭ

Odisha Sports Bureau

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ମାତ ଦେଇଛି ଭାରତ

Odisha Sports Bureau