Hockey

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭ

ଭୁବନେଶ୍ୱର: ତୃଣମୂଳସ୍ତରର ଯୁବ ହକି ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦକ୍ଷ ଖେଳାଳିଙ୍କ ଏକ ମଜବୁତ ପାଇପ୍ ଲାଇନ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭ ହୋଇଛି।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ ପ୍ରଦର୍ଶନ କେନ୍ଦ୍ର (ଏଚପିସି) ପକ୍ଷରୁ ଆୟୋଜିତ ଏହି ଚାମ୍ପିୟନସିପର ଅନ୍ତିମ ମ୍ୟାଚ ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ  । ଜୁନ୍ ୧୦ରୁ ୧୫ ତାରିଖ ମଧ୍ୟରେ ନୂଆଗାଁ ଓ ଯାଜପୁରଠାରେ ଏହି ଚାମ୍ପିୟନଶିପର ପ୍ରାରମ୍ଭିକ ପର୍ଯ୍ୟାୟର ମ୍ୟାଚଗୁଡିକ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ତୃଣମୂଳସ୍ତର କେନ୍ଦ୍ରରୁ ପୁରୁଷ ଓ ମହିଳା ବର୍ଗରେ ୩୨ଟି  ଦଳ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ବର୍ଗରୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିବା ୮ଟି ଦଳ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ପୁରୁଷ ବର୍ଗରେ ଏଚପିସି ରାଜଗାଙ୍ଗପୁର, କୁତ୍ରା, ବଣେଇ, ତିଲେଇକାନି, ବିଶ୍ରା, ଛତ୍ରପୁର, ସବଦେଗା  ଓ ସୌନାମୁରା  ଚୂଡ଼ାନ୍ତ ପର୍ଯ୍ୟାୟରେ ଅଂଶଗ୍ରହଣ କରିବାପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମହିଳା ବର୍ଗରେ  ଏଚପିସି ଗୁରୁଣ୍ଡିଆ, ନୂଆଗାଁ, ଲେଫ୍ରିପଡା, କୁଆଁରମୁଣ୍ଡା, ବରଗାଁ, ଲାଠିକଟା, ଛତ୍ରପୁର ଓ ଢେଙ୍କାନାଳ ଯୋଗ୍ୟତା ଅର୍ଜନ କରିଛନ୍ତି ।

Related posts

ଜାତୀୟ କ୍ରୀଡା ଦିବସ: ଦାସତ୍ୱ ଭାରତକୁ ଏକ ନୂତନ ପରିଚୟ ଦେଇଥିଲେ ଧାନଚାନ୍ଦ

Odisha Sports Bureau

ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ଗ୍ରାହାମ ରିଡ୍

Odisha Sports Bureau

ବାରବାଟୀରେ ଦବଙ୍ଗ ଖାନ, କମ୍ଫିବ ବାରବାଟୀ

Odisha Sports Bureau