More Sports

ବିଶ୍ୱ ମଲ୍ଲଯୋଦ୍ଧା ଚମ୍ପିଆନସିପର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ବିନେଶ

(ଓଡିଶା ସ୍ପୋର୍ଟସ): ଏସିିଆ ଖେଳରେ ସର୍ଣ୍ଣ ପଦକ ବିଜେତା ଏବଂ ଭାରତ ପାଇଁ ପଦକ ଜିତିବାର ସବୁଠାରୁ ବଡ ଦାବେଦାର ବିନେଶ ଫୋଗତ ବିଶ୍ୱ ଚମ୍ପିଆନସିପରେ ମଙ୍ଗଳବାରଦିନ ନିଜ ଅଭିଯାନର ଆରମ୍ଭରେ ଧମାକା ମଚାଇଥିଲେ । ପ୍ରଥମ ପର୍ଯ୍ୟାୟରେ ବିନେଶଙ୍କ ସାମ୍ନାରେ ରିଓ ଅଲମ୍ପିକର କାଂଶ୍ୟ ପଦକ ବଜେତା ସୋଫିଆ ମେଟସନ ଥିଲେ । କିନ୍ତୁ ବିନେଶ ୧୩-୦ ବହୁତ ବଡ ଅନ୍ତରରେ ତାଙ୍କୁ ଧୁଳି ଚଟାଇଥିଲେ । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ୨୫ ବର୍ଷିୟ ଭାରତୀୟ ମଲ୍ଲଯୋଦ୍ଧାଙ୍କ ସାମ୍ନା ବିଶ୍ୱର ନମ୍ବର ୨. ରେ ଥିବା ଖେଳାଳୀ ମାୟୁ ମୁକେଦାଙ୍କ ସହିତ ହୋଇପାରେ । ଏହାପରେ କ୍ୱାଟର ଫାଇନାଲରେ ବିଶ୍ୱର ନମ୍ବର ୧.ରେ ଥିବା ଖେଳାଳୀ ବା ପୂର୍ବବର୍ତ୍ତି ଟୁର୍ଣ୍ଣାମେଣ୍ଟର ଉପବିଜେତା ସରାହ ଏନ୍ ହିଡ୍ଲରବ୍ରାଣ୍ଟଙ୍କ ବିପକ୍ଷରେ ରିଙ୍ଗକୁ ଓହ୍ଲାଇ ପାରନ୍ତି ।
୫୦ କିଗ୍ରାରୁ ଏବେ ୫୩ କିଗ୍ର୍ରା ଭାର ବର୍ଗରେ ରିଙ୍ଗକୁ ଓହ୍ଲାଇଛନ୍ତି ବିନେଶ । ବିନେଶ ୟାସର ଡାଗ, ପୋଲାଣ୍ଡ ଓପନ ଏବଂ ସ୍ପେନ୍ ଓପନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏସିଆ ଚମ୍ପିଆନ୍ ର କାଂଶ୍ୟ ପଦକ ବିଜେତା ବିନେଶ ଏହାଛଡା ଡାନ କୋଲବ ଏବଂ ମେଦଭେଦ୍ ଇଣ୍ଟର ନ୍ୟାସନାଲ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ ।

Related posts

ଆଇଏଏଏଫ୍ ନାମରେ ପରିବର୍ତ୍ତନ

Odisha Sports Bureau

ଭାରତ ଜିତିଲା ରୋପ୍ୟ ପଦକ

Odisha Sports Bureau

ଏସିଆ ତିରନ୍ଦାଜ ଚମ୍ପିଆନସିପ୍: ଭାରତୀୟ ତୀରନ୍ଦାଜି ଜିତିଲେ ବ୍ରୋଞ୍ଜ ପଦକ

Odisha Sports Bureau