More Sports

ବିଶ୍ୱ ମୁଷ୍ଟିଯୋଦ୍ଧା ଚମ୍ପିଆନସିପରେ ୧୯ ବର୍ଷିୟ ମଞ୍ଜୁ ଜିତିଲେ ରୌପ୍ୟ

(ଓଡିଶା ସ୍ପୋର୍ଟସ): ଭାରତର ଯୁବା ମୁଷ୍ଟିଯୋଦ୍ଧା ମଞ୍ଜୁ ରାଣୀଙ୍କୁ ବିଶ୍ୱ ମହିଳା ମୁଷ୍ଟିଯୋଦ୍ଧା ଚମ୍ପିଆନସିପରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ପ୍ରଥମଥର ପାଇଁ ବିଶ୍ୱ ଚମ୍ପିଆନସିପରେ ଭାଗ ନେଇଥିବା ଷଷ୍ଠ ସ୍ଥାନର ଅଧିକାରୀ ମଞ୍ଜୁ ରବିବାର ଦିନ ୪୮ କି.ଗ୍ରା ଭାର ବର୍ଗର ଫାଇନାଲରେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଋଷର ଖେଳାଳୀଙ୍କ ଆଗରେ ବେଶି ସମୟ ଛିଡା ହୋଇପାରି ନ ଥିଲେ । ଶେଷରେ ତାଙ୍କୁ ଋଷ ଖେଳାଳୀ ଏକାତେରିନା ପାଲ୍ଟସେବାଙ୍କ ହାତରେ ୪-୧ରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହାପରେ ମଧ୍ୟ ମଞ୍ଜୁ ଇତିହାସ ପୃଷ୍ଠାରେ ନିଜର ନାମକୁ ଲେଖିଛନ୍ତି । ୧୮ ବର୍ଷପରେ ମଞ୍ଜୁ ଏପରି ଦ୍ୱିତୀୟ ମୁଷ୍ଟିଯୋଦ୍ଧା ହୋଇଛନ୍ତି ଯେ ନିଜର ପ୍ରଥମ ବିଶ୍ୱ ଚମ୍ପିଆନସିପ୍ ଫାଇନାଲରେ ପ୍ରବେଶ କରିଥିଲେ । ତାଙ୍କ ପୂର୍ବରୁ ୨୦୦୧ ମସିହାରେ ଷ୍ଟାର ମୁଷ୍ଟିଯୋଦ୍ଧା ମୈରୀ କମ୍ ଏହି ଉପଲବ୍ଧି ହାସଲ କରିଥିଲେ ।

ମଞ୍ଜୁଙ୍କ ଫାଇନାଲରେ ପରାଜୟ ପରେ ବିଶ୍ୱ ମହିଳା ମୁଷ୍ଟିଯୋଦ୍ଧା ଚମ୍ପିଆନସିପରେ ଭାରତର ପ୍ରତିଦ୍ୱନ୍ଦିତା ସମାନ୍ତ ହୋଇଯାଇଛି । ଭାରତ ତରଫରୁ ମଞ୍ଜୁ ରାଣୀ ରୌପ୍ୟ, ମେରୀ କମ୍, ଜମୁନା ବୋରୋ ଏବଂ ଲଭଲିନା ବ୍ରୋଞ୍ଜ ପଦକ ଜିତିଛନ୍ତି ।

Related posts

ସାଥିୟାନ ଏବଂ ଶରତଙ୍କ ଯୋଡି ଜିତିଲେ ରୌପ୍ୟ

Odisha Sports Bureau

ଆଜି ଠାରୁ ଆରମ୍ଭ ହେବ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା

Odisha Sports Bureau

ଫିଫା ରାଙ୍କରେ ଭାରତ ୧୦୪ତମ ସ୍ଥାନକୁ ଖସିଲା

Odisha Sports Bureau