Cricket

ବିସିସିଆଇ ଚୟନ କରିପାରେ ଭାରତୀୟ ଦଳ ପାଇଁ ନୂତନ କୋଚ

(ଓଡ଼ିଶା ସ୍ପୋର୍ଟ): ଭାରତୀୟ ଟିମ ପାଇଁ ନୂତନ କୋଚ ଚୟନ କରିବ ବିସିସିଆଇ । ବିଶ୍ବକପରେ ଭାରତର ପରାଜୟ ପାଇଁ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ଦାୟୀ କରିଛି ବୋଲି ଶୁଣିବାକୁ ମିଳିଛି । ବିସିସିଆଇ ଏବେ ଭାରତର ମୁଖ୍ୟ କୋଚ୍ ଓ ସହାୟକ କର୍ମଚାରୀଙ୍କ ପାଇଁ ଆବେଦନ ଆମନ୍ତ୍ରିତ କରିବ । ଏନେଇ ଦିନେ ଦୁଇ ଦିନ ମଧ୍ୟରେ ଭାରତୀୟ ବୋର୍ଡ ଘୋଷଣା କରିପାରେ ।
ତେବେ ବିଶ୍ବକପ୍ ପରେ ରବି ଶାସ୍ତ୍ରୀଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଯାଇଥିଲା । କିନ୍ତୁ ୱେଷ୍ଟଇଣ୍ଡିଜ୍ ଗସ୍ତକୁ ଆଖି ଆଗରେ ରଖି ତାଙ୍କର କାର୍ୟ୍ୟକାଳକୁ ଅଧିକ ୪୫ ଦିନ ବଢାଯାଇଥିଲା । ଏବେ ପୁଣି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହେବା ପାଇଁ ରବି ଶାସ୍ତ୍ରୀଙ୍କୁ ଆଉ ଥରେ ଆବେଦନ କରିବାକୁ ପଡିବ । ଏବେ ଦେଖିବାକୁ ବାକି ରହିଲା ବିଶ୍ବକପ୍ ହାତରୁ ଯିବା ପରେ କଣ ପୁଣି ଥରେ ରବି ଶାସ୍ତ୍ରୀଙ୍କୁ ସୁଯୋଗ ମିଳିବ ।
ଶାସ୍ତ୍ରୀଙ୍କୁ ୨୦୧୭ରେ ଭାରତୀୟ ଦଳର କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା। ୫୭ ବର୍ଷୀୟ ଶାସ୍ତ୍ରୀ ୨୦୧୪ ଅଗଷ୍ଟରୁ ୨୦୧୬ ଜୁନ ପର୍ୟ୍ୟନ୍ତ ଦଳର ନିର୍ଦ୍ଦେଶକ ଥିଲେ।
ତାଙ୍କରି ମାର୍ଗଦର୍ଶନରେ ଭାରତ ଆଇସିସିର ଗୋଟିଏ ହେଲେ ବଡ଼ ଟୂର୍ଣ୍ଣାମେଣ୍ଟ ଜିତି ପାରିନାହିଁ। ମାତ୍ର ଟିମ୍ ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଟେଷ୍ଟ ସିରିଜ୍ ଜିତି ଇତିହାସ ରଚିଥିଲା। ବିସିସିଆଇର ଅଧିକାରୀ କହିଛନ୍ତି ଯେ, କୋଚ୍ ପଦର ଆବେଦନକୁ ଗୋଟିଏ କିମ୍ବା ଦୁଇ ଦିନରେ ଓ୍ଵେବସାଇଟରେ ପ୍ରଦର୍ଶିତ କରାଯିବ। ସହଯୋଗୀ କର୍ମଚାରୀଙ୍କ ବ୍ୟତୀତ ଟିମ୍ ମ୍ୟାନେଜର ପଦ ପାଇଁ ମଧ୍ୟ ଆବେଦନ ଆମନ୍ତ୍ରିତ କରାଯିବ।

ଦଳ ସ୍ଵଦେଶ ଫେରିବା ପରେ କ୍ରିକେଟ୍ ପ୍ରଶାସକ ସମିତି(ସିଓଏ) ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ସହିତ ଦଳର ପ୍ରଦର୍ଶନ ନେଇ ସମୀକ୍ଷା କରିବ। ଏହା ସହିତ ଉଭୟଙ୍କୁ କିଛି ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ପଡିବ। ଏହା ସହିତ ସିଓଏ ମୁଖ୍ୟ ଚୟନକର୍ତ୍ତା ଏମକେଏସ ପ୍ରସାଦଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି।

Related posts

କୋହଲିଙ୍କ କମାଲ, ୨୬ତମ ଶତକ ହାସଲ କଲେ

Odisha Sports Bureau

ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବୋଲିଂ, ପ୍ଲେଇଂ-୧୧ରେ ବଡ଼ ପରିବର୍ତ୍ତନ

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ ଦଳ ଅଲଆଉଟ, ଭାରତ ଆଗରେ ୨୪୪ ରନ୍ ର ବିଜୟ ଲକ୍ଷ୍ୟ

Odisha Sports Bureau