Cricket

ବୁମରାଙ୍କ ପ୍ରଶଂସକ ସାଜିଲେ ମାଲିଙ୍ଗା

(ଓଡ଼ିଶା ସ୍ପୋର୍ଟ): ଶ୍ରୀଲଙ୍କାର ମହାନ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଭାରତୀୟ ବୋଲର ଜସପ୍ରିତ ବୁମରାହଙ୍କ ବହୁତ ବଡ ପ୍ରଶଂସକ ପାଲଟି ଯାଇଛନ୍ତି । ସେ ବୁମରାହଙ୍କ ୟର୍କରକୁ ପ୍ରଶଂସା କରିଛନ୍ତି । ୨୦୦୮ ଆଇପିଏଲରେ ମାଲିଙ୍ଗା ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଥିଲେ । ଚଳିତ ବର୍ଷ ଖେଳାଯାଇଥିବା ଆଇପିଏଲ ଫାଇନାଲରେ ମାଲିଙ୍ଗା ଶେଷ ବଲରେ ଚେନ୍ନାଇ ସୁପରକିଙ୍ଗସ ବ୍ୟାଟସମ୍ୟାନ ସର୍ଦୁଳ ଠାକୁରଙ୍କ ୱିକେଟ୍ ନେଇ ମୁମ୍ବାଇକୁ ଚତୁର୍ଥ ଥର ପାଇଁ ବିଜୟୀ କରାଇଥିଲେ । ବୁମରାହ ମଧ୍ୟ ମାଲିଙ୍ଗାଙ୍କ ସହ ବୋଲିଂ କରିବା ସହ ତାଙ୍ଖଠାରୁ ଟିପସ୍ ନେଉଥିଲେ ।

ମାଲିଙ୍ଗା କହିଛନ୍ତି ଯେ, ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ ନମ୍ବର ୧ ବୋଲରଙ୍କୁ ଟିପସ୍ ଦେଇ ବହୁତ ଖୁସି ଲାଗୁଛି । ବୁମରାହ ଜଣେ ଭଲ ବୋଲର । ତାଙ୍କ ସଫଳତାରେ ମୋର କିଛି ଯୋଗଦାନ ଥିବାରୁ ଖୁସି ଲାଗୁଛି । ସମସ୍ତଙ୍କର ନିଜର କିଛି ନା କିଛି ଅନୁଭବ ରହିଥାଏ । ଯାହାକୁ ଯୁବ ଖେଳାଳିଙ୍କୁ କହିବା ଦରକାର।
ସେ ଆହୁରି କହିଛନ୍ତି ଯେ, ବୁମରାହଙ୍କୁ କୌଣସୀ ନୂଆ ଟିପସ୍ ଶିଖିବା ପାଇଁ ଭଲ ଲାଗେ । ତାଙ୍କ ବ୍ରେନ୍ ମଧ୍ୟ ଭଲ କାମ କରେ । କିପରି ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଯାଏ ତାହା ସେ ଠିକ ଭାବେ ବୁଝିଛନ୍ତି । ସେ ୟର୍କରକୁ ଭଲ ଭାବେ ବ୍ୟବହାର କରିଛନ୍ତି । ତାଙ୍କ ୟର୍କର ଅବିଶ୍ୱସନୀୟ ଅଟେ ବୋଲି ମାଲିଙ୍ଗା କହିଛନ୍ତି ।

Related posts

ଟି – ଟ୍ବେଣ୍ଟି ମ୍ୟାଚ– ଇଣ୍ଡିଜ୍ କୁ ୭୧ରନ୍ରେ ପରାସ୍ତ କଲା ଭାରତ

Odisha Sports Bureau

ଏହି କ୍ରିକେଟର କରିବେ ଦ୍ୱିତୀୟ ବିବାହ

Odisha Sports Bureau

୧୫ ମହଲା ବାଲକୋନୀରୁ ଚହଲଙ୍କୁ ଝୁଲାଇଥିବା କ୍ରିକେଟରଙ୍କ ପାଇଁ ‘ଲାଇଫ ଟାଇମ ବ୍ୟାନ’ ଦାବି କଲେ ରବି ଶାସ୍ତ୍ରୀ