Cricket

ଅବସର ନେବେ କି ଧୋନି ?

(ଓଡ଼ିଶା ସ୍ପୋର୍ଟ ): ବିଶ୍ବକପ୍‌ ସେମିଫାଇନାଲ୍‌ ପରାଜୟ ପରଠୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜାତୀୟ ଦଳରେ ଖେଳିନାହାନ୍ତି। ସେ ନିଜ ଆଡୁ ଦଳଠୁ ଦୂରେଇ ରହିଛନ୍ତି ନା ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇପାରିନି । ‌ତାଙ୍କ ଅବସରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲେ ମଧ୍ୟ ଏନେଇ ଆଗରୁ ମୁର୍ହଁ ଖୋଲିନଥିଲେ ଧୋନି । କିନ୍ତୁ ଧୋନି ନିଜ ଭବିଷ୍ୟତ ନେଇ ବୁଧବାର ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ମୁମ୍ବାଇରେ ଏକ କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ଏହିି ବିଷୟରେ ଜଣେ ସାମ୍ବାଦିକଙ୍କ ଉତ୍ତରରେ ଧୋନି କହିଥିଲେ ଜାନୁଆରି ପର୍ୟ୍ୟନ୍ତ କିଛି ପଚାରନି। ଏହା ପରେ ଯାହା ନିଷ୍ପତ୍ତି ‌ହେବ ବୋଲି ସେ କହିଥିଲେ। ଧୋନି କ୍ରିକେଟ୍‌ଠୁ ଦୂରେଇ ରହିବା ପରେ ଭାରତୀୟ ଚୟନକର୍ତ୍ତା ସୀମିତ ଓଭର ପାଇଁ ଋଷବ ପନ୍ତଙ୍କୁ ପ୍ରଥମ ପସନ୍ଦର ୱିକେଟ୍‌ରକ୍ଷକ ରଖିଥିଲା ବେଳେ ସଂଜୁ ସାମସନ୍‌ ଦ୍ବିତୀୟ ପସନ୍ଦ ରହିଛନ୍ତି।

Related posts

ଆସିଲା ଟି-୨୦ ବିଶ୍ୱକପ ଖେଳସୂଚୀ

Odisha Sports Bureau

ଅନୁଷ୍କାଙ୍କ ଗୀତରେ ବିରାଟ କୋହଲିଙ୍କ ଡ୍ୟାନ୍ସ ; ଜିତିଲେ ଫ୍ୟାନ୍ସଙ୍କ ମନ

Odisha Sports Bureau

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ

Odisha Sports Bureau