Cricket

ବୁମରାଙ୍କ ବିଶ୍ୱ ରେକର୍ଡ ; ଟେଷ୍ଟମ୍ୟାଚର ଗୋଟିଏ ଓଭରରେ କଲେ ୩୫ ରନ

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ କ୍ରିକେଟ ଟିମର କ୍ୟାପଟେନ ଭାବେ ଚୟନ ହେବା ପରେ ଜସପିତ୍ ବୁମରା ଏକ ବିଶ୍ୱ ରେକର୍ଡର ଅଧିକାର କରିପାରିଛନ୍ତି । ତେବେ ଇଂଲଣ୍ଡ ମାଟିରେ ଇଂଲଣ୍ଡ ବିରୋଧରେ ଗୋଟିଏ ଓଭରରେ ୩୫ ରନ କରି ଟେଷ୍ଟ କ୍ରିକେଟର ଥିବା ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି ଏହି ଭାରତୀୟ କ୍ରିକେଟର ।

ଇଂଲଣ୍ଡ ବିରୋଧରେ ପଞ୍ଚମ ଟେଷ୍ଟରେ ଭାରତୀୟ ଦଳ ୪୧୬ ରନ କରି ଅଲ ଆଉଟ ହୋଇଛି । ଋଷଭ ପନ୍ତ ଓ ରବିନ୍ଦ୍ର ଜାଡେଜା ଏହି ଟେଷ୍ଟମ୍ୟାଚରେ ଶତକ ହାସଲ କରିଛନ୍ତି । ହେଲେ ଏହି ଟେଷ୍ଟମ୍ୟାଚରେ ନିଜ ବ୍ୟାଟର ଯାଦୁ ଦେଖାଇଛନ୍ତି କ୍ୟାପଟେନ ଜସପିତ ବୁମରା । ସେ ଇଂଲଣ୍ଡର ଦ୍ରୁତ ବୋଲର ସ୍ଟୁଅର୍ଟ ବ୍ରାଣ୍ଡଙ୍କର ଗୋଟିଏ ଓଭରରେ ୩୫ ରନ ପିଟିଛନ୍ତି । ଏହା ପୂର୍ବରୁ ୨୦୦୨ ମସିହାରେ ସାଉଥ୍ ଆଫ୍ରିକା ବିରୋଧରେ ବ୍ରାଏନ ଲାରା ଗୋଟିଏ ଓଭରରେ ୨୮ ରନ କରି ରେକର୍ଡ କରିଥିଲେ । ସେହିଭଳି ୨୦୧୩ ମସିହାରେ ଜର୍ଜ ବେଲି ବି ଜେମ୍ସ ଅଣ୍ଡରସନଙ୍କର ଗୋଟିଏ ଓଭରରୁ ୨୮ ରନ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟପଟେ ୨୦୧୮ ମସିହାରେ କେଶବ ମହାରାଜ ଜୁ ରୁଟଙ୍କ ଗୋଟିଏ ଓଭରରୁ ୨୮ ରନ ସ୍କୋର କରିପାରିଥିଲେ । ସୂଚନା ଥାଉକି ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଓଭରରେ ୩୦ ରୁ ଅଧିକ ରନ ହୋଇପାରିଛି । ଏହାସହ ଏହି ରେକର୍ଡ ଭାରତୀୟ କ୍ରିକେଟର ଜସପିତ୍ ବୁମରାଙ୍କ ନାମରେ ରହିଛି ।

 

Related posts

ଆଜି ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ

Odisha Sports Bureau

ଟିମ୍‌ ଇଣ୍ଡିଆକୁ ବଡ ଝଟକା, ଟିମର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ କରୋନା

ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ

Odisha Sports Bureau