Cricket

ଭାରତକୁ ହରାଇ ୩-୦ ରେ ସିରିଜ ପୋଛି ନେଲା ନ୍ୟୁଜିଲାଣ୍ଡ

(ଓଡ଼ିଶା ସ୍ପୋର୍ଟ): ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକଦିବସୀୟ ସିରିଜର ୩ୟ ତଥା ଚୂଡ଼ାନ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫ ଓ୍ଵିକେଟରେ ପରାସ୍ତ କରିଛି।ନ୍ୟୁଜିଲାଣ୍ଡର ମାଉଣ୍ଟ ମୁଙ୍ଗାନୁସ୍ଥିତ ବେ ଓଭାଲ ଷ୍ଟାଡିୟମଠାରେ ଚାଲିଥିବା ମ୍ୟାଚରେ ଭାରତର ୨୯୭ ରନର ଜବାବ ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ୧୭ ଟି ବଲ ବାକିଥାଇ ମ୍ୟାଚ ଜିତିଯାଇଥିଲା । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜକୁ ୩-୦ ରେ ପୋଛି ନେଇଛି ଓ ଟି-୨୦ ସିରିଜ ପରାଜୟର ପ୍ରତିଶୋଧ ନେଇଛି । ଦଳ ପକ୍ଷରୁ ହେନେରୀ ନିକୋଲାସ ୮୦ ଓ ମାର୍ଟିନ ଗପ୍ଟିଲ ୬୬ ରନ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଲୋକେଶ ରାହୁଲଙ୍କ ଆକର୍ଷଣୀୟ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୨୯୬ ରନ ସଂଗ୍ରହ କରିଥିଲା । ଟସ ଜିଣି ନ୍ୟୁଜିଲାଣ୍ଡ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଲୋକେଶ ରାହୁଲ ୧୧୩ ବଲରୁ ୧୧୨ ରନ ସଂଗ୍ରହ କରିଥିବାବେଳେ ଆୟାର ୬୩ ବଲରୁ ୬୨ ରନ କରିଥିଲେ । ସେହିପରି ମନିଷ ପାଣ୍ଡେ ୪୨ ରନର ଯୋଗଦାନ ଦେଇଥିଲେ ।

Related posts

କିଛି କ୍ଷଣ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ

ଟେଷ୍ଟ୍ ର଼୍ୟାଙ୍କିଙ୍ଗରେ ଜାଡେଜା ପୁଣି ଅଲରାଉଣ୍ଡର, ଫ୍ୟାନ୍ସଙ୍କୁ ନିରାଶ କଲେ ବିରାଟ

Odisha Sports Bureau

ଆଫଗାନିସ୍ତାନରୁ ପରାସ୍ତ ହେବା ପରେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନା କଲେ ୱାସିମ ଅକ୍ରମ

Odisha Sports Bureau